ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଜାମୁଝାଡି ନିକଟରେ ଦୁର୍ଘଟଣା, ଧକ୍କାଦେଇଥିବା ଗାଡ଼ି ପଶ୍ଚିମବଙ୍ଗ ବିଧାୟକ ଗୌତମ ଚୌଧୁରୀଙ୍କର ବୋଲି ସୂଚନା

Jul 9, 2025 - 16:50
 0  0
ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାୟକଙ୍କ ସ୍କର୍ପିଓ ଗାଡ଼ି ଧକ୍କା ଦେବା ଫଳରେ ଓଡ଼ିଶାରେ ଜଣେ ସ୍କୁଟି ଚାଳକ ଜୀବନ ହାରାଇଛନ୍ତି। ଦୁର୍ଘଟଣା ୧୬ ନଂ ଜାତୀୟ ରାଜପଥରେ, ଜାମୁଝାଡି ନିକଟରେ ଘଟିଥିଲା। ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ, ତାଙ୍କ ସହଯାତ୍ରୀ ଗୁରୁତର ଆହତ ହୋଇ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛନ୍ତି।

ମୃତ ଯୁବକଙ୍କ ନାମ ଏଯାବତ୍ ଜଣାପଡ଼ିନଥିଲେ ମଧ୍ୟ, ସେ ସୋର ଅଞ୍ଚଳର ଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି।

ଘଟଣା ସମ୍ପର୍କରେ ସୂଚନା ପାଇ ଥିବା ସିମୁଳିଆ ପୋଲିସ ଘଟଣାସ୍ଥଳକୁ ପହଞ୍ଚି, ମରଦହ ଜବତ କରି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ି ପଶ୍ଚିମବଙ୍ଗ ହାୱଡା ବିଧାୟକ ଗୌତମ ଚୌଧୁରୀଙ୍କ ଥିବା ଦାବି ହୋଇଛି, ଯାହା ପରେ ଦୁର୍ଘଟଣାକୁ ନେଇ ରାଜନୈତିକ ଆଲୋଚନା ବୃଦ୍ଧି ପାଇଛି।

ପୋଲିସ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow