ନିଷ୍ଠା ଓ ମାନବିକତାର ଉଦାହରଣ
ଅଙ୍ଗଦାନ ଦ୍ୱାରା ତିନି ପୀଡ଼ିତଙ୍କୁ ଜୀବନ ଦେଲେ କୁନ୍ତଳା

ଭୁବନେଶ୍ୱର : ଅଙ୍ଗଦାନ ହେଉଛି ସର୍ବଶ୍ରେଷ୍ଠ ଦାନ ବୋଲି ପୁନର୍ବାର ସାବିତ କରିଛନ୍ତି ନୟାଗଡ଼ ଜିଲ୍ଲା ଗଉଡ଼ିଆପଡ଼ା ଗାଁର ଶ୍ରୀମତୀ କୁନ୍ତଳା ନନ୍ଦ। ବିଷାକ୍ତ ସାପ କାମୁଡ଼ିବା ପରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ଏହି ପରିସ୍ଥିତିରେ ତାଙ୍କ ପରିବାର ଅଙ୍ଗଦାନ ପାଇଁ ସମ୍ମତି ଦେଇ ବଡ଼ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି।
ଆଜି କୁନ୍ତଳାଙ୍କ ଦୁଇଟି କିଡ୍ନି ଓ ଲିଭର୍ ଉଦ୍ଧାର କରାଯାଇ ତିନି ଜଣ ରୋଗୀଙ୍କୁ ନୂଆ ଜୀବନ ମିଳିଛି। ଏହି ନିଷ୍ଠାପୂର୍ଣ୍ଣ ଉଦ୍ୟମ ପାଇଁ ଅଞ୍ଚଳରେ ବୁଦ୍ଧିଜୀବୀ ମହଳ ଓ ସାଧାରଣ ଲୋକଙ୍କ ମଧ୍ୟରୁ ତାଙ୍କ ପରିବାରକୁ ବ୍ୟାପକ ସାଧୁବାଦ ମିଳୁଛି।
କୁନ୍ତଳାଙ୍କ ଅନ୍ତିମ ସଂସ୍କାର ଗୁରୁବାର ଦିନ ରାଜ୍ୟ ସମ୍ମାନ ସହିତ କରାଯିବ।
What's Your Reaction?






