ଛାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର

ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଣିଛି 'ଶକ୍ତିଶ୍ରୀ' ଯୋଜନା, ବିଶ୍ୱବିଦ୍ୟାଳୟ ଓ କଲେଜରେ ରେ ଥିବା ଛାତ୍ରୀମାନେ ହେବେ ଉପକୃତ

Jul 19, 2025 - 22:47
 0  0
ଛାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଗତ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଥିବା ପରେ ରାଜ୍ୟ ସରକାର ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଛି। ଏହି ପରିପ୍ରେକ୍ଷିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ଶୀଘ୍ର ଏକ ନୂଆ ଯୋଜନା "ଶକ୍ତିଶ୍ରୀ" ଆରମ୍ଭ କରିବ। ଏହା ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତିକରଣ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବ।

ଶକ୍ତିଶ୍ରୀ ଯୋଜନା ର ବୈଶିଷ୍ଟ୍ୟ:

* ରାଜ୍ୟର ୧୬ଟି ବିଶ୍ୱବିଦ୍ୟାଳୟ ଓ ୭୩୦ଟି ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜରେ ଏହି ଯୋଜନା ଲାଗୁ ହେବ।
* ଶକ୍ତିଶ୍ରୀ କେନ୍ଦ୍ର ପ୍ରତିଷ୍ଠା ହେବ ଯାହା ଛାତ୍ରୀମାନେ ନିଜେ ପରିଚାଳନା କରିବେ।
* ଜିଲ୍ଲାପାଳଙ୍କ ତରଫରୁ ମନୋନୀତ ୫ ଜଣ ମହିଳା ଅପା ଶକ୍ତିଶ୍ରୀ ଭାବେ କାର୍ଯ୍ୟକରିବେ।
* ଛାତ୍ରୀମାନେ ନାମ ଗୋପନ ରଖି ମୋବାଇଲ ଆପ୍ ମାଧ୍ୟମରେ ଅଭିଯୋଗ ଦେଇପାରିବେ।
* ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯିବ, ବିଶେଷଜ୍ଞଙ୍କ ସହ ଅନଲାଇନ୍ କଥାବାର୍ତାର ସୁବିଧା ଥିବ।
* ଛାତ୍ରୀମାନଙ୍କ ପାଇଁ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଶିକ୍ଷକଙ୍କ ପାଇଁ କୋର୍ଡ ଅଫ୍ କଣ୍ଟାକ୍ଟ, ଲିଙ୍ଗ ସମାନତା ପାଇଁ ଅଭିଯାନ ଓ ଦୁଇଥର ୱାର୍କସପ୍ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ମହିଳା ଓ ଛାତ୍ରୀମାନେ ସୁରକ୍ଷିତ ଅନୁଭବ କରିବା ଦରକାର। ଶକ୍ତିଶ୍ରୀ ଯୋଜନା ତାଙ୍କୁ ନିଜ ସ୍ୱର ଉଚ୍ଚାର କରିବା ଓ ନିଜକୁ ସଶକ୍ତ କରିବା ପାଇଁ ମଞ୍ଚ ଦେବ।”

ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ମହିଳା ସୁରକ୍ଷାକୁ ନେଇ ଗଭୀର ଚିନ୍ତା ଓ କଠୋର ପଦକ୍ଷେପ ନେବା ଜଣାଇଛି।

What's Your Reaction?

like

dislike

love

funny

angry

sad

wow