ରେଭେନ୍ସା ଇଂଜିନିୟରିଂ କଲେଜରେ ରାଗିଂ ଘଟଣା; ଚିଫ୍ ୱାର୍ଡେନ୍ କହିଲେ — ଘଟଣା ସତ, ମିଳିଛି ଏଭିଡେନସ
ଘଟଣା ସ୍ଥଳରେ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ରାତି ୧୨ଟା ପରେ ହୋଇଥିଲା ଗାଳିଗୁଲଜ; ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସସପେଣ୍ଡ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର : ଓଡ଼ିଶାର ରେଭେନ୍ସା ଇଂଜିନିୟରିଂ କଲେଜରେ ଘଟିଥିବା ରାଗିଂ ଘଟଣା ସମ୍ପର୍କରେ ଚିଫ୍ ୱାର୍ଡେନ୍ ସୁଦର୍ଶନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ଘଟଣା ସତ ଓ ଏଥିପାଇଁ ଭିଡିଓ, ଫଟୋ ଭିତ୍ତିକ ଏଭିଡେନସ ମିଳିଛି। ଏହି ସବୁ ତଥ୍ୟ ଆଣ୍ଟି-ରାଗିଂ କମିଟିକୁ ପଠାଯାଇଛି।
ଚିଫ୍ ୱାର୍ଡେନ୍ ଅନୁସାରେ, ରାତି ୧୨ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଜୁନିୟର୍ ଛାତ୍ରଙ୍କୁ ଗାଳି ଦେଉଥିଲେ। ସେ ସମୟରେ ଘଟଣାସ୍ଥଳରେ ଚିଫ୍ ୱାର୍ଡେନ, ଡେପୁଟି ୱାର୍ଡେନ ଓ ଆଣ୍ଟି ରାଗିଂ କମିଟିର ଦୁଇଜଣ ସଦସ୍ୟ ଉପସ୍ଥିତ ଥିଲେ। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଛାତ୍ରଙ୍କ ଉପରେ ସସପେଣ୍ଡ ନିର୍ଦ୍ଦେଶ ଜାରି ରହିବ।
ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ଦଶଜଣ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଛି। ଆଣ୍ଟି-ରାଗିଂ କମିଟି ତଦନ୍ତ ପୂର୍ଣ୍ଣ ହେଲେ ଅଧିକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।
What's Your Reaction?






