କଳିଙ୍ଗନଗରରେ ଇମ୍ଫା ର ନୂତନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଓଡ଼ିଶା ଶିଳ୍ପ ଉନ୍ନତିକୁ ନୂଆ ଗତି, ଏବଂ ଗ୍ରୀନ୍ ଊର୍ଜା ମାଧ୍ୟମରେ ସ୍ଥିର ବିକାଶ ପାଇଁ ଦୃଢ଼ ପଦକ୍ଷେପ

ଭୁବନେଶ୍ୱର : ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (IMFA) ର ନୂତନ ଫେରୋ କ୍ରୋମ୍ ପ୍ଲାଣ୍ଟ ପାଇଁ ଆଜି କଳିଙ୍ଗନଗରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳାନ୍ୟାସ କଲେ। ଏହି ପ୍ରକଳ୍ପ ଆଧୁନିକ ଜ୍ଞାନକୌଶଳ ସହିତ ୧୦୦,୦୦୦ ଟନ୍ ବାର୍ଷିକ ଉତ୍ପାଦନ କ୍ଷମତା ବିକାଶ କରିବ।
ଏହି ଅବସରରେ ରାଜ୍ୟ ଉଦ୍ୟୋଗ ଓ ସମବାୟ ମନ୍ତ୍ରୀମାନେ, ଯାଜପୁର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଏହି ପ୍ଲାଣ୍ଟ ୨୦୨୬-୨୭ ଅର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ ଏବଂ ଇମ୍ଫାର ମୋଟ ଉତ୍ପାଦନକୁ ୩,୮୪,୦୦୦ ଟନ୍ କୁ ବଢ଼ାଇବ।
ଇମ୍ଫା ଏହି ପ୍ରକଳ୍ପ ପାଇଁ JSW Green Energy ସହିତ ମିଶି ୧୧୦ ମେଗାୱାଟ୍ ହାଇବ୍ରିଡ୍ ନବିକରଣୀୟ ଶକ୍ତି ବ୍ୟବହାର କରିବ, ଯାହା ଏହାର ଗ୍ରୀନ୍ କ୍ରେଡେନ୍ସିଆଲ୍ ବଢ଼ାଇବ। ଏହା ଭାରତର ୨୦୭୦ ସୁଦ୍ଧା ନେଟ୍-ଜିରୋ ଲକ୍ଷ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।
What's Your Reaction?






