ବାଦଲଗିରି ଜଳପ୍ରପାତରେ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ପିକନିକ ସମୟରେ ପାଣିରେ ବୁଡି ଗୌରବ ବିପ୍ରା ନାମକ ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Jul 7, 2025 - 12:11
 0  1
ବାଦଲଗିରି ଜଳପ୍ରପାତରେ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲଗୁଡ଼ା VSS ଜଙ୍ଗଲ ସ୍ଥିତ ବାଦଲଗିରି ଜଳପ୍ରପାତରେ ଦୁଃଖଦ ଅଘଟଣ ଘଟିଛି। ରାଜଗାଙ୍ଗପୁରରୁ ଆସିଥିବା ୧୩ ଜଣ ଯୁବକଙ୍କ ଦଳ ଗତକାଲି ପିକନିକ ପାଇଁ ଏଠାକୁ ଆସିଥିଲେ। ତାଙ୍କ ମଧ୍ୟରୁ ୫ ଜଣ ଜଳପ୍ରପାତରେ ଗାଧୋଉଥିବା ବେଳେ ଗୌରବ ବିପ୍ରା ନାମକ ଏକ ଇଞ୍ଜିନିୟରିଂ ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି।

ଘଟଣା ସମ୍ବନ୍ଧରେ ଗୁରୁଣ୍ଡିଆ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ, ପୂର୍ବରୁ ଏହି ଜଳପ୍ରପାତରେ ଏଭଳି ଅଘଟଣ ଘଟିଥିବାରୁ ପ୍ରଶାସନ ଏଥିକୁ ସିଲ୍ କରିଥିଲା, କିନ୍ତୁ ପୁଣି ଖୋଲିବା ପରେ ଏପରି ଦୁଃଖଦ ଘଟଣା ପୁନରାବୃତ୍ତି ହେଉଛି। ଏଥିପରି ଅଘଟଣ ରୋକିବା ପାଇଁ ପ୍ରଶାସନଙ୍କୁ କଠୋର ପଦକ୍ଷେପ ନେବା ଦାବି ଉଠିଛି।

What's Your Reaction?

like

dislike

love

funny

angry

sad

wow