କୋରାପୁଟ ହେବ ଶିକ୍ଷା ଓ ଉନ୍ନତିର କେନ୍ଦ୍ର
୭୫୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ, ଏମ୍ଓୟୁ ସହ କୋରାପୁଟର ପରିବର୍ତ୍ତନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନେବ ଅଗ୍ରଣୀ ଭୂମିକା

ଭୁବନେଶ୍ୱର : ୨୦୩୬ରେ ଭାଷା ଆଧାରିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ମୌଳିକ ପରିବର୍ତ୍ତନ ଘଟିବା ଯୋଜନା ଗ୍ରହଣ କରାଯାଇଛି। ଏହି ମୂଳ ପରିବର୍ତ୍ତନର ନେତୃତ୍ୱ ନେବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୫୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରି କହିଛନ୍ତି ଏହି ପଦକ୍ଷେପ ‘ବ୍ରାଣ୍ଡ୍ କୋରାପୁଟ’ ସୃଷ୍ଟି କରିବ।
କୋରାପୁଟ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ପୁରୀ ସହିତ ୬ଟି କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଏଥିରେ ବହୁମୁଖୀ ଶିକ୍ଷା, ଗବେଷଣା, ଯୁଗ୍ମ ଡିଗ୍ରୀ, ଏକାଡେମିକ୍ କ୍ରେଡିଟ୍ ବଦଳ ଓ ଭାରତୀୟ ଜ୍ଞାନ ପ୍ରଣାଳୀ ପ୍ରଚାର ପାଇଁ ଉଦ୍ୟମ ଗ୍ରହଣ କରାଯିବ।
ଆସନ୍ତା ବର୍ଷରୁ ଏଆଇ, ଏଭିଏସନ୍ ମେଣ୍ଟେନାନ୍ସ, ଉଦ୍ୟମିତା, ହେଲଥ୍ ସାଇନ୍ସ ସହିତ ଯୁଜି ଓ ପିଜି ପାଠ୍ୟକ୍ରମ ଆରମ୍ଭ ହେବା ସହିତ କୃଷି, ଲଜିଷ୍ଟିକ୍ସ ଓ ଶିଳ୍ପ କ୍ଷେତ୍ରରେ ନୂଆ ଅବସର ସୃଷ୍ଟି ହେବ।
What's Your Reaction?






