ବାହୁଡ଼ା ଯାତ୍ରାରେ ଦୁଃଖଦ ଅଘଟଣ
ବିନିକାରେ ରଥ ତଳେ ଚାପି ଜଣେ ନାବାଳକଙ୍କ ମୃତ୍ୟୁ, ତିନି ନାବାଳକ ଆହତ

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବାହୁଡ଼ା ଯାତ୍ରା ସମୟରେ ଘଟିଥିବା ଦୁଃଖଦ ଅଘଟଣରେ ଜଣେ ନାବାଳକ ଜୀବନ ହାରାଇଛି। ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟାଣିବା ବେଳେ ଠେଲା ପେଲାରେ ଚାରି ନାବାଳକ ଆହତ ହେଉଥିଲେ। ତାଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ନେଉଥିବା ବେଳେ ଏକ ନାବାଳକ ରେଢ଼ାଖୋଲ ନିକଟରେ ପ୍ରାଣ ହାରାଇଥିଲେ। ଅନ୍ୟ ତିନି ଜଣ ବିନିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ। ଘଟଣା କଂସାରୀପଡା ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିଲା।
What's Your Reaction?






