ଖୋଲିଲା ମା' ମଝିଘରିଆଣୀ ମନ୍ଦିର ହୁଣ୍ଡି : ୧ କୋଟି ଟଙ୍କାରୁ ଅଧିକ ଦାନ ରାଶି

ସୁନା-ରୁପା ଓ ବିଦେଶୀ ନୋଟ୍ ସହ ହୁଣ୍ଡି ରେ ରେକର୍ଡ ଆମଦାନି, ୬ ମାସ ପରେ ଖୋଲାଗଲା ନବଟି ହୁଣ୍ଡି

Jul 7, 2025 - 20:44
 0  0
ଖୋଲିଲା ମା' ମଝିଘରିଆଣୀ ମନ୍ଦିର ହୁଣ୍ଡି :  ୧ କୋଟି ଟଙ୍କାରୁ ଅଧିକ ଦାନ ରାଶି

ଭୁବନେଶ୍ୱର : ରାୟଗଡା ଜିଲ୍ଲାର ପ୍ରସିଦ୍ଧ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ଦୀର୍ଘ ୬ ମାସ ପରେ ସୋମବାର ଖୋଲାଯାଇ ଗଣତି କରାଯାଇଛି। ଏଥିରୁ ମୋଟ ୧,୦୪,୩୬,୯୬୩ ଟଙ୍କା ନଗଦ, ୩୮ ଗ୍ରାମ ସୁନା, ୨୫୦୫ ଗ୍ରାମ ରୁପା ଓ ୧୨ଟି ବିଦେଶୀ ନୋଟ୍ ମିଳିଛି।

ଗଣତି କାର୍ଯ୍ୟ ସକାଳ ୯ ଟାରୁ ଆରମ୍ଭ ହୋଇ ଦୀର୍ଘ ୮ ଘଣ୍ଟା ଚାଲିଥିଲା। ଏହି କାର୍ଯ୍ୟ ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର କମିଟି, ବ୍ୟାଙ୍କ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଉପସ୍ଥିତିରେ ହୋଇଥିଲା।

ସୂଚନା ଅନୁସାରେ, ଏହି ଧନରାଶି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ରଖାଯାଇଛି ଓ ସୁନା-ରୁପା କୋଷାଗାରରେ ରଖାଯାଇଛି। ବିଦେଶୀ ନୋଟ ଥିବାରୁ ଅନୁମାନ କରାଯାଉଛି ଯେ, ବିଦେଶରେ ଥିବା ଭକ୍ତମାନେ ମା’ଙ୍କ ଦର୍ଶନ ପରେ ଦାନ କରିଥିବେ।

ଗତ ମେ ମାସରେ ହୁଣ୍ଡି ଖୋଲିବା ସମୟରେ ୯୪ ଲକ୍ଷ ରୁ ଅଧିକ ଦାନ ଆମଦାନି ହୋଇଥିଲା।

What's Your Reaction?

like

dislike

love

funny

angry

sad

wow