ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ

ପୁରୀକୁ ଶ୍ରେଷ୍ଠ ଧାର୍ମିକ–ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାର ଆଶ୍ୱାସ

Sep 1, 2025 - 17:18
 0  0
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ସଦସ୍ୟମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କମିଟି ଗଠନ ପାଇଁ କୃତଜ୍ଞତା ଜଣାଇଥିଲେ।

ସଭାରେ ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ ଶୃଙ୍ଖଳିତ ପାଳନ ଏବଂ ପୁରୀ ସହରର ସମଗ୍ର ବିକାଶ ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ସେବା ଓ ମନ୍ଦିର ବିକାଶ ପାଇଁ ସରକାର ପକ୍ଷରୁ ସମସ୍ତ ସହଯୋଗ ଜାରି ରହିବ। ସେ ସ୍ପଷ୍ଟ କରିଥିଲେ ଯେ ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧାର୍ମିକ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ପ୍ରୟାସ ଚାଲିଛି, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବହୁ ସୁବିଧା ସୃଷ୍ଟି କରାଯିବ।

କମିଟି ସଦସ୍ୟ ମଧୁସୂଦନ ସିଂହାରୀ କହିଥିଲେ, ଆଗାମୀଦିନରେ ନୀତିକାନ୍ତିକୁ ଶୃଙ୍ଖଳିତ ଓ ସୁଚିନ୍ତିତ ଭାବେ ପାଳନ କରିବାକୁ ବିଶେଷ ଗୁରୁତ୍ୱ ଦିଆଯିବ।

ଏହି ସମୟରେ ସଦସ୍ୟ କୃଷ୍ଣଚନ୍ଦ୍ର ସାମନ୍ତରାୟ (ସୁଆର ମହାସଭା), ରଘୁବୀର ଦାସ (ମଠାଧୀଶ), ରାମନାରାୟଣ ଗୋଚ୍ଛିକାର (ପ୍ରତିହାରୀ ନିଯୋଗ), ମଧୁସୂଦନ ସିଂହାରୀ (ପୁଷ୍ପାଳକ ନିଯୋଗ) ଏବଂ ଜଗନ୍ନାଥ ପୂଜାପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

What's Your Reaction?

like

dislike

love

funny

angry

sad

wow