ପୁରୀ ଏୟାରପୋର୍ଟ ପାଇଁ ମିଳିଲା ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି

ବିମାନ ସଂଯୋଗ ବଢିବାରେ ଅନୁମାନ, ଅର୍ଥନୀତି ଓ ନିଯୁକ୍ତି ରେ ବୃଦ୍ଧି ଆଶା

Aug 1, 2025 - 17:58
 0  0
ପୁରୀ ଏୟାରପୋର୍ଟ ପାଇଁ ମିଳିଲା ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି

ଭୁବନେଶ୍ୱର : ନୂଆ ପୁରୀ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସାଇଟ୍ କ୍ଲିଅରାନ୍ସ ଓ ନୀତିଗତ ମଞ୍ଜୁରି ଦେଇଛନ୍ତି। ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରପା ରାମ ମୋହନ ରାଇଡୁ। ବର୍ଷକୁ ୪.୬ ମିଲିୟନ ଯାତ୍ରୀ ପରିବହନ କ୍ଷମତା ବିଶିଷ୍ଟ ହେବ ଏହି ବିମାନବନ୍ଦର।

୨୦୨୩ ସେପ୍ଟେମ୍ବରରେ ସାଇଟ୍ କ୍ଲିଅରାନ୍ସ ଏବଂ ୨୦୨୫ ମେ ୬ରେ ନୀତିଗତ ମଞ୍ଜୁରି ମିଳିଥିବା ବୋଲି ସେ କହିଛନ୍ତି। ଚଳିତ ବର୍ଷ ଜୁନରେ ବିଶେଷଜ୍ଞ କମିଟି ମଧ୍ୟ ପରିବେଶ ମଞ୍ଜୁରି ସୁପାରିଶ କରିଛି। ବିମାନ ବନ୍ଦର ଥିବା ଫଳରେ ଅର୍ଥନୀତିରେ ୩.୨୫ ଓ ନିଯୁକ୍ତି ରେ ୬.୧ ଗୁଣ ବୃଦ୍ଧି ହେବ ବୋଲି ଅନୁମାନ।

What's Your Reaction?

like

dislike

love

funny

angry

sad

wow