୮୦୦ ଏକରରେ ନୂଆ ଭୁବନେଶ୍ୱର ଗଢି ଉଠିବ

ମଳିପଡା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନେଇ ନୂଆ ସହର

Sep 1, 2025 - 17:23
 0  1
୮୦୦ ଏକରରେ ନୂଆ ଭୁବନେଶ୍ୱର ଗଢି ଉଠିବ

ଭୁବନେଶ୍ୱର: ରାଜଧାନୀର ବିକାଶରେ ନୂତନ ମାଇଲ୍‌ସ୍ଟୋନ୍‌— ୮୦୦ ଏକର ଜାଗାରେ ଗଢ଼ିଉଠିବ ‘ନୂଆ ଭୁବନେଶ୍ୱର’। ମଳିପଡା, ଦାସପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳକୁ ନେଇ ସହରର ନିର୍ମାଣ ହେବ। ଏହା ପାଇଁ ସିଙ୍ଗାପୁର ସରକାର ଡ୍ରଇଂ ଓ ଡିଜାଇନ୍‌ ପ୍ରସ୍ତୁତ କରୁଛି। ଏହି ସୂଚନା ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ସହରକୁ ନେଇ ଉତ୍ସୁକତା ବଢ଼ିଛି। ଦୋଲେରା ଗିଫ୍ଟ ସିଟି ଭଳି ଆଧୁନିକ ଢାଞ୍ଚାରେ ସହର ତିଆରି ହେବ। ଆସନ୍ତା ୧–୨ ମାସ ମଧ୍ୟରେ ସିଙ୍ଗାପୁର ସରକାର ଡିପିଆର ରାଜ୍ୟକୁ ଦେବ।

ଏହି ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ବ୍ୟବସାୟିକ ପ୍ରତିଷ୍ଠାନ, ଆବାସିକ ଘର, ପେଡେଷ୍ଟ୍ରିୟାନ୍‌ ପଥ, ଖୋଲା ଜାଗା ଓ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ବିଶେଷ ବ୍ୟବସ୍ଥା ହେବ। ଶିଳ୍ପ ସଂସ୍ଥାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ନୂଆ ସହର ନିର୍ମାଣ ସହିତ ପୁରୁଣା ଭୁବନେଶ୍ୱରରେ ରି-ଡେଭଲପମେଣ୍ଟ କାର୍ଯ୍ୟ ଆରମ୍ଭ କରିବାକୁ ସରକାର ଯୋଜନା କରୁଛି।

What's Your Reaction?

like

dislike

love

funny

angry

sad

wow