ରଥଯାତ୍ରା ପାଇଁ କିମ୍ସ ର ୧୫ ଶଯ୍ୟା ବିଶିଷ୍ଟ ଜରୁରୀ ହସ୍ପିଟାଲ

ପୁରୀରେ ଆସନ୍ତା କାଲିଠାରୁ ଚାଲୁ ହେବ ସେବା, ଉଦଘାଟନ କରିବେ ସଂସଦ ସମ୍ବିତ ପାତ୍ର ଓ ଡ଼. ଅଚ୍ୟୁତ ସାମନ୍

Jun 26, 2025 - 17:02
 0  0
ରଥଯାତ୍ରା ପାଇଁ କିମ୍ସ ର ୧୫ ଶଯ୍ୟା ବିଶିଷ୍ଟ ଜରୁରୀ ହସ୍ପିଟାଲ

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରଥପଥରେ ଭକ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦେଖି ପୁରୀରେ କିମ୍ସ ହସ୍ପିଟାଲ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଚାଲୁ ହେଉଛି। ଆସନ୍ତା କାଲି ସକାଳ ୭ଟାରେ ଏହି ହସ୍ପିଟାଲର ଉଦଘାଟନ କରିବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଓ କିଟ୍-କିସ୍ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ସେବା, ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ବିଶେଷଜ୍ଞ ଚିକିତ୍ସକ ଉପଲବ୍ଧ ରହିବେ।

What's Your Reaction?

like

dislike

love

funny

angry

sad

wow