ନିଯୁକ୍ତି ଦ୍ୱାରା ଯୁବଶକ୍ତିର ସଶକ୍ତିକରଣ: ଓଡ଼ିଶା ସରକାରଙ୍କ ଏକ ବର୍ଷରେ ୨୮,୦୦୦ ଅଧିକ ପଦବୀ ପୂରଣ
୯ଟି ପର୍ଯ୍ୟାୟରେ ବ୍ୟାପକ ନିଯୁକ୍ତି, ସୋମବାର ମେଳାରେ ୫ ବିଭାଗରେ ୯୬୪ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦ୍ୱାରା ନିଯୁକ୍ତି ପତ୍ର ବଣ୍ଟନ

ଭୁବନେଶ୍ୱର : ଓଡ଼ିଶା ସରକାର ଯୁବଶକ୍ତିଙ୍କୁ ରୋଜଗାର ସୁଯୋଗ ଦେବା ପାଇଁ ନିରନ୍ତର ପ୍ରୟାସ କରୁଛି । ଏହି ପ୍ରଚେଷ୍ଟାର ଅଂଶରୂପ ସୋମବାର ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ୫ଟି ବିଭାଗରେ ୯୬୪ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।
ଏଥିରେ ପୂର୍ତ୍ତ, ଜଳ ସମ୍ପଦ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ବିଭାଗ ସମେତ ମୋଟ ୯୬୪ ପଦବୀ ପୂରଣ ହୋଇଛି । ପଦବୀଗୁଡିକ ମଧ୍ୟରେ କନିଷ୍ଠ ଯନ୍ତ୍ରୀ, ଟ୍ରେସର, ଜୁନିଅର ଆକାଉଣ୍ଟାଣ୍ଟ ପଦ ଅନ୍ତର୍ଭୁକ୍ତ ଅଟେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମ ସରକାର ଦାୟିତ୍ୱ ଗ୍ରହଣ କରିଥିବା ପରଠାରୁ ରୋଜଗାର ସୃଷ୍ଟି ଓ ଖାଲି ପଦବୀ ପୂରଣକୁ ପ୍ରାଥମିକତା ଦେଉଛି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ଲକ୍ଷ୍ୟ ରହିଛି, ଯାହାର ମଧ୍ୟରୁ ପ୍ରଥମ ବର୍ଷରେ ୨୮,୦୦୦ ଅଧିକ ନିଯୁକ୍ତି ହୋଇଛି। ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ଦ୍ରୁତ ରହିଛି, ଏବଂ ଚାକିରୀ ଆବେଦନ ପାଇଁ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଇଛି।”
କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ନବନିଯୁକ୍ତଙ୍କୁ ସୁଭେଚ୍ଛା ଓ ଆଶୀର୍ବାଦ ଜଣାଇ ଓଡ଼ିଶା ବିକାଶ ରଥରେ ସେମାନଙ୍କ ସହଭାଗୀତା ଉପରେ ଆଶା ପ୍ରକାଶ କରିଛନ୍ତି ।
ନିଯୁକ୍ତି ପାଇଥିବା ଯୁବମାନେ ସମୟାନୁଭିତ୍ତିକ ଓ ସ୍ୱଚ୍ଛ ପ୍ରକ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଓଡ଼ିଶାର ଯୁବଶକ୍ତି ବିକାଶର ନବ ଅଧ୍ୟାୟ ଲେଖୁଛି, ଯାହାର ନେତୃତ୍ୱ କରୁଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରିୟ ସରକାର।
What's Your Reaction?






