ମୂର୍ତ୍ତି କାରିଗରଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ
ଗଣେଶ ପୂଜା ପାଇଁ ବିକ୍ରିତ ମୂର୍ତ୍ତିର ଟଙ୍କା ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଞ୍ଚଳ ଅଧୀନ ଡଙ୍ଗରୀଗୁଡାରେ ଗଣେଶ ପୂଜା ପାଇଁ ମୂର୍ତ୍ତି ବିକ୍ରି କରି ସଂଗ୍ରହ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ରାଜସ୍ଥାନରୁ ଆସିଥିବା କିଛି ମୂର୍ତ୍ତି କାରିଗର ପ୍ଲାଷ୍ଟର ପ୍ୟାରିସର ଗଣେଶ ମୂର୍ତ୍ତି ବନାଇ ବିକ୍ରି କରୁଥିଲେ। ଗତ ରାତି ୨ଟା ପର୍ଯ୍ୟନ୍ତ ବ୍ୟସ୍ତ ବିକ୍ରି ପରେ ସେମାନେ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ଥିବା ବାକ୍ସକୁ ଉଠାଇନେଲେ।
କାରିଗର ପରିବାର ଅନୁସାରେ, ସେହି ବାକ୍ସରେ ପ୍ରାୟ ୧୦ରୁ ୧୨ ଲକ୍ଷ ଟଙ୍କା ରହିଥିଲା। ଧାର ଉଧାର କରି ମୂର୍ତ୍ତି ତିଆରି କରିଥିବାରୁ, ଏହି ହାନିକୁ ସୁଝିବା ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି।
What's Your Reaction?






