ପ୍ରବଳ ବର୍ଷାରେ ରେଲ ଟ୍ରାକ ଉପରେ ଧସିଲା ମାଟି, ଅଟକିଲା ତିନି ଟ୍ରେନ
କୋରାପୁଟ-କିରଣ୍ଡୁଲ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ, ଦୁଇ ଟ୍ରେନ ବାତିଲ

ଭୁବନେଶ୍ୱର : ଲଗାତାର ବର୍ଷା ପରେ ଜରର୍ଟି ଷ୍ଟେସନ ନିକଟରେ ରେଲ ଟ୍ରାକ ଉପରେ ମାଟି ଅତଡ଼ା ଧସିପଡ଼ିଛି। ଏହି ଘଟଣାରେ ମାଲଗାଡି ସହିତ ହୀରାଖଣ୍ଡ ଏକ୍ସପ୍ରେସ, ରାଉରକେଲା ଇଣ୍ଟରସିଟି ଓ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି। ଫଳସ୍ୱରୂପ, ଭୁବନେଶ୍ୱର-ଜଗଡ଼ଲପୁର ହୀରାଖଣ୍ଡ ଏକ୍ସପ୍ରେସ ଓ କିରଣ୍ଡୁଳ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ବାତିଲ ହୋଇଛି। ରେଳ ବିଭାଗ ପକ୍ଷରୁ ଏ ସମ୍ବନ୍ଧରେ ସୂଚନା ଜାରି କରାଯାଇଛି।ଟ୍ରାକ ମରାମତି କାମ ଜୋରଦାର ଭାବେ ଚାଲିଛି।
What's Your Reaction?






