ପଳାଶୁଣିରେ ଜନଶକ୍ତିର ବିଜୟ – ବିନା ସରକାରୀ ସାହାଯ୍ୟରେ ଆରମ୍ଭ ହେଲା ଆବର୍ଜନା ପ୍ରକ୍ରିୟାକରଣ କାରଖାନା

ବିଏମ୍‌ସିର ନିଷ୍କ୍ରିୟତା ପ୍ରତି ଜନାକ୍ରୋଶ; ଶହ ଶହ ଜଣ ଲୋକ ଏକତ୍ରିତ ହୋଇ କଲେ ପ୍ରତୀକାତ୍ମକ ଉଦ୍‌ଘାଟନ

May 26, 2025 - 17:11
 0  0
ପଳାଶୁଣିରେ ଜନଶକ୍ତିର ବିଜୟ – ବିନା ସରକାରୀ ସାହାଯ୍ୟରେ ଆରମ୍ଭ ହେଲା ଆବର୍ଜନା ପ୍ରକ୍ରିୟାକରଣ କାରଖାନା

ଭୁବନେଶ୍ୱର: "ବିକାଶ" ନାମରେ ବର୍ଷକ୍ଷଣ ନାରାବାଜି ଶୁଣି ନିଜ ଧୈର୍ଯ୍ୟର ସୀମାକୁ ପହଞ୍ଚିଥିବା ପଳାଶୁଣି ବାସିନ୍ଦାମାନେ ଶନିବାର ଦିନ ଏକ ଅଭୂତପୂର୍ବ ପଦକ୍ଷେପ ନେଲେ। ବିଏମ୍‌ସିର ନିଷ୍କ୍ରିୟତା ଓ ଅବହେଳା ବିରୋଧରେ ଶତାଧିକ ଲୋକ ଏକତ୍ରିତ ହୋଇ, ନିଜ ଉଦ୍ୟମରେ ୧୦୦ କୋଟି ଟଙ୍କା ମୂଲ୍ୟର ଆବର୍ଜନା ପ୍ରକ୍ରିୟାକରଣ କାରଖାନାର ପ୍ରତୀକାତ୍ମକ ଉଦ୍‌ଘାଟନ କରିଦେଲେ।

ଏହି କାରଖାନା ପୂର୍ବରୁ ନିର୍ମାଣ ଶେଷ ହୋଇଥିଲା, କିନ୍ତୁ ବିଏମ୍‌ସି ପକ୍ଷରୁ ଅନୁଷ୍ଠାନିକ ଉଦ୍‌ଘାଟନ ଓ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଏହା ଅଚଳ ଥିଲା। ଏହି ଅବସ୍ଥାରେ, ‘ଅଳିଆଗାଦା ହଟାଓ ଓ ସୈନିକ ସ୍କୁଲ ବଞ୍ଚାଓ ଅଭିଯାନ’ ସଂଗଠନ ସହ ଲୋକମାନେ ଯୁକ୍ତ ହୋଇ ଫିତା କାଟି ଓ ନଡ଼ିଆ ଭାଙ୍ଗି ପ୍ରତିବାଦ ସୂଚକ ଉଦ୍‌ଘାଟନ କରିଥିଲେ।

ବାସିନ୍ଦାମାନେ ସୂଚନା ଦେଇଛନ୍ତି ଯେ, ଯଦି ଗଡ଼କଣା ଡମ୍ପିଂ ଯାର୍ଡରୁ ଆବର୍ଜନାକୁ ଏହି କାରଖାନାକୁ ସ୍ଥାନାନ୍ତର କରାଯିବା ନାହିଁ, ତେବେ ତେବେ ଆନ୍ଦୋଳନ ଆହୁରି ତିବ୍ର ହେବ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ଗଡ଼କଣା ଡମ୍ପିଂ ଯାର୍ଡରୁ ନିସ୍ସରଣ ହେଉଥିବା ଦୁର୍ଗନ୍ଧ ପରିବେଶ ଓ ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଛି। ଏହା ସୈନିକ ସ୍କୁଲ, ପଟିଆ, ହାଉସିଂ ବୋର୍ଡ କଲୋନୀ, ରେଳ କଲୋନୀ ଭଳି ଅଞ୍ଚଳରେ ଦୀର୍ଘ ଦିନ ଧରି ସମସ୍ୟା ହୋଇ ରହିଛି। ବିଏମ୍‌ସି ଓ ମହାନଗର ଖାତିରେ ଲୋକମାନେ ଜଣାଇଛନ୍ତି, "ଯଦି ଆମେ ଚୁପ୍ ରହିବା, ତେବେ ଏହି ଅବହେଳା ଚାଲିଛି। ଏବେ ଆମେ ନିଜ ଉପରେ ନିଜେ ବିକଳ୍ପ ତିଆରି କରୁଛୁ।"

ଏହି ପ୍ରତୀକାତ୍ମକ ଉଦ୍‌ଘାଟନ ଅନ୍ୟ ଅଞ୍ଚଳରେ ମଧ୍ୟ ସ୍ୱଚ୍ଛ ଓ ପ୍ରତିବାଦ ଆନ୍ଦୋଳନ ପାଇଁ ପ୍ରେରଣା ଦେଇପାରେ।

What's Your Reaction?

like

dislike

love

funny

angry

sad

wow