୧୧ ଜୁଲାଇରେ ଓଡ଼ିଶା ଗସ୍ତରେ ରାହୁଲ ଓ ଖଡ୍ଗେ, ଭୁବନେଶ୍ୱରରେ ‘ସଂବିଧାନ ବଞ୍ଚାଅ’ ସମାବେଶ
ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବ ବିଶାଳ ସଭା, ଭାଜପା ଶାସନକୁ ଟାର୍ଗେଟ କରିପାରନ୍ତି ରାହୁଲ

ଭୁବନେଶ୍ୱର : କଂଗ୍ରେସ ନେତା ରାହୁଲ ଗାନ୍ଧି ଓ AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଆସିବେ। ସେମାନେ ଭୁବନେଶ୍ୱର ବରମୁଣ୍ଡାରେ ଆୟୋଜିତ “ସଂବିଧାନ ବଞ୍ଚାଅ” ରାଲିରେ ଯୋଗଦେବେ। ଏହି ସଭା ମାଧ୍ୟମରେ ରାହୁଲ ରାଜ୍ୟର ଭାଜପା ଶାସନ ଓ ନୀତିକୁ ଉପଲକ୍ଷ କରି ବିକଳ୍ପ ମତ ରଖିପାରନ୍ତି। ଏହି ଗସ୍ତ ରାଜ୍ୟରେ କଂଗ୍ରେସର ସଂଗଠନ ଉନ୍ନତି ପାଇଁ ଏକ ମୁଖ୍ୟ ପଦକ୍ଷେପ ହେବ ବୋଲି ଦଳ ନେତାମାନେ ଆଶା କରୁଛନ୍ତି।
What's Your Reaction?






