୭ ଦିନ ପରେ ହଟାଗଲା ମୁଖ୍ୟମନ୍ତ୍ରୀଙ୍କ ଅଚଳ ହେଲିକପ୍ଟର
କେନ୍ଦ୍ରାପଡ଼ାରୁ ଟ୍ରକ ଦ୍ୱାରା ମୁମ୍ବାଇକୁ ନେଇଯାଉଛି ହେଲିକପ୍ଟର

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ପଡ଼ିଆରେ ୭ ଦିନ ଧରି ଅଚଳ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ବିଶେଷ ଟେକ୍ନିକାଲ ଟିମ ତଦାରଖି ରେ ମୁମ୍ବାଇକୁ ନେଇଯାଉଛନ୍ତି। ହେଲିକପ୍ଟରଟି ଟ୍ରକରେ ଲଦା ହୋଇ ଗତକାଲି ଯାତ୍ରା ଆରମ୍ଭ କରିଛି।
ଏହି ହେଲିକପ୍ଟର ୯ ଜୁନରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ କେନ୍ଦ୍ରାପଡ଼ା ଆସିଥିଲା। ବଳଦେବଜୀଉଙ୍କ ଦର୍ଶନ ପରେ ତିନିରଙ୍ଗା ଯାତ୍ରା ଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବର୍ଷା ଓ ବଜ୍ରପାତ ହେତୁ ହେଲିକପ୍ଟର ତ୍ରୁଟି ହୋଇ ଅଚଳ ହୋଇଥିଲା ଓ ସେଠାରେ ଅଟକି ଥିଲା।
ଏଥିପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ମାର୍ଗରେ ଭୁବନେଶ୍ୱର ଫେରିଯାଇଥିଲେ। ବୈଷୟିକ ମ୍ୟାନେଜର ଯଶୋବନ୍ତ ଧାୱନ କହିଛନ୍ତି ଯେ ହେଲିକପ୍ଟର ମୁମ୍ବାଇ ପହଞ୍ଚିବାକୁ ୧୦ ଦିନ ଲାଗିପାରେ।
What's Your Reaction?






