ସୁନ୍ଦରଗଡ଼ରେ ବେଆଇନ ଖଣି ଉତ୍ତୋଳନ ଉପରେ ଭିଜିଲାନ୍ସ ତଦନ୍ତ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ହେଲା ଏସଆଇଟି, ମୂଲ୍ୟ ଅନୁମାନ ୩୯ କୋଟି ଟଙ୍କାରୁ ଅଧିକ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଓ କୋଇଡ଼ା ତହସିଲରେ ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ ବ୍ୟବସାୟ ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଜିଲାନ୍ସ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଏହି ଉଦ୍ଦେଶ୍ୟରେ ଏକ ବିଶେଷ ତଦନ୍ତ ଦଳ (SIT) ଗଠିତ ହୋଇଛି।
ଏହି ଘଟଣା ପ୍ରକାଶରେ ଆସିବା ପରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜେ ସ୍ଥଳ ଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତାଙ୍କ କଥାନୁସାରେ ଦୋଷୀ ଯେ କିଏ ହେଉନା କାହିଁକି, ସମସ୍ତଙ୍କୁ ଚିହ୍ନଟ କରି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ତଥ୍ୟ ଅନୁଯାୟୀ, ହେମଗିର ତହସିଲରେ ୨୨ଟି ଖଣିରୁ ବେଆଇନ ଭାବରେ ୯୮୪୩ ମେଟ୍ରିକ ଟନ୍ କୋଇଲା ଉତ୍ତୋଳନ ହୋଇଛି, ଯାହାର ମୂଲ୍ୟ ଅନୁମାନିତ ୨ କୋଟି ଟଙ୍କା। ଏହି ଖଣିଗୁଡ଼ିକ ମଧ୍ୟରୁ ବେଶିଭାଗ ଜଙ୍ଗଲ ଜମି ଉପରେ ଅବସ୍ଥିତ।
ସେହିପରି, କୋଇଡ଼ା ତହସିଲରେ ୫୦ଟି ମାଙ୍ଗାନିଜ ଓ ଲୋହ ଖଣିରୁ ବେଆଇନ ଭାବେ ୨୦,୦୦୦ ଟନ୍ ମାଙ୍ଗାନିଜ ଓ ୧,୨୦୦ ଟନ୍ ଆଇରନ ଓର୍ ଉତ୍ତୋଳନ ହୋଇଛି। ଏହାର ମୂଲ୍ୟ ୩୭ କୋଟି ଟଙ୍କା ଠାରୁ ଅଧିକ ବୋଲି ସୂଚନା ମିଳିଛି।
What's Your Reaction?






