ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ
ପାଟ୍ରୋଲିଂ ସମୟରେ ଗୁଳି ଲାଗି ଗୁରୁତର, ଅନୁଗୁଳ ହସ୍ପିଟାଲରେ ଘୋଷିତ ମୃତ

ଭୁବନେଶ୍ୱର: ହିନ୍ଦୋଳ ରେଞ୍ଜର କଇ ରିଜର୍ଭ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଶିକାରୀମାନେ ଗୁଳି ଚାଳନା କରି ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କୁ (୩୭) ଗୁଳି ମାରିଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ସତ୍ତ୍ୱେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ଏହି ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରି ପରିବାରକୁ ସମବେଦନା ଜଣାଇଛନ୍ତି। ସେ ତାଙ୍କ ପରିବାରକୁ ୩୦ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହିସହିତ, ଘଟଣାସ୍ଥଳରେ ତଦନ୍ତ ପାଇଁ ପିସିସିଏଫଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ପାଟ୍ରୋଲିଂ କାର୍ଯ୍ୟରେ ମୋଟ ୧୩ ଜଣ କର୍ମଚାରୀ ଅଂଶଗ୍ରହଣ କରୁଥିଲେ। ଗୁଳି ଚାଳନା ପରେ ୪ ଶିକାରୀକୁ କାବୁ କରାଯାଇଥିବା ବେଳେ, ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ଶିକାରୀଙ୍କ ପାଖରୁ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି, ଏବଂ ଘଟଣାସହ ଜଡିତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
What's Your Reaction?






