ସୁନ୍ଦରଗଡ଼ରେ ଟ୍ରକ ଧକ୍କା ରେ ଜଣେ ମୃତ

ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର ଆହତ; କ୍ଷତିପୂରଣ ବାବଦରେ ରାସ୍ତା ରୋକ କରି ଗ୍ରାମବାସୀଙ୍କ ଆନ୍ଦୋଳନ

Jun 23, 2025 - 13:10
 0  0
ସୁନ୍ଦରଗଡ଼ରେ ଟ୍ରକ ଧକ୍କା ରେ ଜଣେ ମୃତ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ନିକଟ ବରପାଲି ଟୋଲ ଗେଟ ସମୀପରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ବରପାଲି ବାସିନ୍ଦା ସୁକାନ୍ତ ଡୁଙ୍ଗ (୩୫) ତାଙ୍କ ସାଙ୍ଗ ସହିତ ଏକ ସ୍କୁଟିରେ ରାଉରକେଲା ଯାଇ ଫେରୁଥିବା ବେଳେ, ଟ୍ରକ (ନମ୍ବର OD 14M 5960) ସ୍କୁଟିକୁ ପଛପଟୁ ଧକ୍କା ଦେଇ ଉଭୟଙ୍କୁ ଫୋପାଡ଼ି ଦେଇଥିଲା। ଘଟଣା ସ୍ଥଳରେ ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା, ଓ ତାଙ୍କ ସାଥୀ ଗୁରୁତର ଆହତ ହୋଇଛନ୍ତି।

ଘଟଣା ପରେ ଗ୍ରାମବାସୀ ଟ୍ରକକୁ ଅଟକାଇ ମୃତ୍ୟୁ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ରାସ୍ତା ରୋକ କରିଥିଲେ। ଫଳସ୍ୱରୂପ ଶହେ ଶହେ ଗାଡି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଥିଲା। ଡିଏସପି ମନୋରଞ୍ଜନ ପ୍ରଧାନ ମେଳରେ ପହଁଚି ପୋଲିସ ସହ ଆନ୍ଦୋଳନକାରୀଙ୍କୁ ବୁଝାଇ, କ୍ଷତିପୂରଣ ପ୍ରତିଶୃତି ପରେ ଶବକୁ ବ୍ୟବେଛେଦ ପାଇଁ ରାଜଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

What's Your Reaction?

like

dislike

love

funny

angry

sad

wow