ଦେବଗଡ଼ରେ ଗୋମାଂସ କାଟିବାକୁ ନେଇ ହତ୍ୟା

ସଂଘବଦ୍ଧ ଆକ୍ରମଣ ଘଟଣାରେ ୬ ଗିରଫ, ପୁଲିସ ତଦନ୍ତ ଜାରି

Sep 5, 2025 - 20:03
 0  0
ଦେବଗଡ଼ରେ ଗୋମାଂସ କାଟିବାକୁ ନେଇ ହତ୍ୟା

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଗୋମାଂସ କାଟିବାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଘଟିଥିବା ହତ୍ୟାକାଣ୍ଡରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ପ୍ରଭାତ କୁମାର ସାହୁ (୩୬), ଘନଶ୍ୟାମ ପ୍ରଧାନ (୩୦), ଗଜାନନ କଲେଟ (୧୮), କୁମରମଣି କାର୍ଲୋ (୬୦), ସୁରେଶ କିସାନ (୫୫) ଏବଂ ଭଣ୍ଡାରିମାଳ, ମହେନ୍ଦ୍ରପୁର ଗ୍ରାମର ଦୀପକ କୁମାର ବେହେରା (୩୭) ଅଛନ୍ତି। ପୁଲିସ ସୂତ୍ର ଅନୁସାରେ, ସେମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଓ କରୋନା ଆଣ୍ଟିଜେନ ଟେଷ୍ଟ ପରେ କୋର୍ଟକୁ ଚାଲାଣ କରାଯିବ।

ଘଟଣା ଟି କାଉଶିଢିପା ସାହିର ତେରେଣ୍ଡାକଟା ଗ୍ରାମର ବିଷ୍ଣୁ ମେହେରଙ୍କ ପୁଅ କିଶୋର ମେହେର (୩୫) ଓ କେନ୍ଦେଇଜୁରୀ ଗ୍ରାମର ଗୌତମ ନାଏକ କେନ୍ଦେଇଜୁରୀ ନାଳ କଡ଼ରେ ଗୋମାଂସ କାଟୁଥିବାବେଳେ ଗ୍ରାମବାସୀମାନଙ୍କ ଚଢ଼ଉ ସାମ୍ନା କରିଥିଲେ। ସେମାନଙ୍କୁ ଧରି ବିପୁଳ ପରିମାଣର ଗୋମାଂସ ଏବଂ କଟା ଗୋରୁ ମୁଣ୍ଡ ଜବତ କରାଯାଇଥିଲା।

ଏହାକୁ ନେଇ ଉତ୍ତେଜନା ବଢ଼ିଥିବା ସମୟରେ କିଶୋର ଓ ଗୌତମଙ୍କୁ ଘୋଷାଡ଼ି ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ କିଶୋରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଗୌତମ ଆହତ ହୋଇଥିଲେ। ପରେ ରିଆମାଳ ପୁଲିସ ସନ୍ଧ୍ୟା ସମୟରେ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଥିଲା।

କିଶୋରଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow