କଟକ ସିଟି ହସ୍ପିଟାଲରେ ଭୁଲ୍ ଇଞ୍ଜେକସନ ଦେଇ ନାବାଳକଙ୍କ ମୃତ୍ୟୁ
ଉପଚାର ସମୟରେ ଭୁଲ୍ ଇଞ୍ଜେକସନ ପରେ ଜୀବନ ହାରିଲେ ନାବାଳକ, ମେଡିକାଲ ଅଞ୍ଚଳରେ ଉତ୍ତେଜନା

ଭୁବନେଶ୍ୱର : କଟକ ସିଟି ହସ୍ପିଟାଲରେ ଭୁଲ୍ ଇଞ୍ଜେକସନ ଯୋଗୁଁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ପୁରୀଘାଟ ଅଞ୍ଚଳର ଅନିଲ ଦାସଙ୍କ ପୁଅ ଝାଡ଼ାବାନ୍ତି ଅଭିଯୋଗରେ ଗତକାଲି ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସନ୍ଧ୍ୟା ସମୟରେ ତାଙ୍କୁ ଏକ ଇଞ୍ଜେକସନ ଦିଆଯାଇଥିଲା । ରାତି ୧୦ଟା ପରେ ତାଙ୍କ ଅବସ୍ଥା ହଠାତ ଜଟିଳ ହୋଇ ମୃତ୍ୟୁ ଘଟିଥିଲା ।
ଏହି ଘଟଣା ପରେ ପରିବାର ଲୋକ ଓ ସ୍ଥାନୀୟ ଲୋକେ ମେଡିକାଲ ପରିସର ଘେରାଉ କରି ଉତ୍ତେଜନା ସୃଷ୍ଟି କରିଥିଲେ । ଦରଘା ବଜାର ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ ।
What's Your Reaction?






