ସୁବର୍ଣ୍ଣପୁରରେ ବୀଭତ୍ସ ହତ୍ୟାକାଣ୍ଡ

ମେଣ୍ଡାମାଳ ଗାଁରେ ବଚସ, ଯୁବକ ମୃତ

Aug 30, 2025 - 17:03
 0  0
ସୁବର୍ଣ୍ଣପୁରରେ ବୀଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅଧୀନରେ ଥିବା ମେଣ୍ଡାମାଳ ଗାଁରେ ଶୁକ୍ରବାର ରାତି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାଘମାରି ଗାଁର ୩୪ ବର୍ଷୀୟ ଅଜିତ କୁମାର ଖଣ୍ଡଗିରିଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ, ଅଜିତ ଓ ଚମ୍ପାମାଳ ଗାଁର ସୂର୍ଯ୍ୟ (୩୪)ଙ୍କ ମଧ୍ୟରେ ସାଧାରଣ ବଚସା ହୋଇଥିଲା। କିନ୍ତୁ ଏହା ଉଗ୍ର ରୂପ ନେଇ, ଦୁହୋକୁ ଟାଙ୍ଗିଆ ଓ ଶାବଳରେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ସୂର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି।

ଘଟଣା ପରେ ପୁଲିସ ଅଜିତଙ୍କ ଶବ ଜବତ କରି, ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଡାକ୍ତରଖାନାରେ ଶତାଧିକ ଲୋକ ଜମାହୋଇ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ବର୍ତ୍ତମାନ DSP ହେମନ୍ତ କୁମାର ରାଓ ଓ IIC ସାରଙ୍ଗଧର ପାଣିଗ୍ରାହୀ ସହିତ ଫୋର୍ସ ମେଣ୍ଡାମାଳରେ ତଦନ୍ତ କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow