ସମ୍ବଲପୁର ରେ ଶାଲିମାର ଏକ୍ସପ୍ରେସ ଦୁର୍ଘଟଣା

ଷ୍ଟେସନ ଛାଡିବାର କେବଳ ୪ ମିନିଟ ପରେ ଟ୍ରାକରୁ ଖସିଲା ବଗି, ବଡ଼ ଅଘଟଣାରୁ ଅଳ୍ପକେ ବଞ୍ଚିଲେ ଯାତ୍ରୀ

Jul 24, 2025 - 16:18
 0  0
ସମ୍ବଲପୁର ରେ ଶାଲିମାର ଏକ୍ସପ୍ରେସ ଦୁର୍ଘଟଣା

ଭୁବନେଶ୍ୱର : ସମ୍ବଲପୁର ସିଟି ଷ୍ଟେସନରୁ ଛାଡିବା ପରେ କେବଳ ୪ ମିନିଟ ମଧ୍ୟରେ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ (ଟ୍ରେନ୍ ନମ୍ବର-୨୦୮୩୧) ଏକ ଦୁର୍ଘଟଣାରେ ପଡ଼ିଛି। ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଟ୍ରାକରୁ ଖସିଯିବା ଘଟଣା ଘଟିଛି, ଯାହା ବଡ଼ ଅଘଟଣାକୁ ସୂଚିତ ଦେଲେ ବି, କୌଣସି ଯାତ୍ରୀ ଆହତ ହେବାର ସୂଚନା ମିଳିନାହିଁ।

ସକାଳ ୯:୧୮ରେ ଷ୍ଟେସନ ଛାଡିଥିବା ଏହି ଟ୍ରେନ୍ ଅତି ଧୀର ଗତିରେ ଗତି କରୁଥିବାବେଳେ ୯:୨୨ରେ କ୍ଷେତ୍ରାଜପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ବଗି ଖସିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଅନ୍ୟ ବଗିକୁ ଯାଇଥିଲେ। ପରେ ଦୁର୍ଘଟଣାଗ୍ରସ୍ତ ବଗିକୁ କାଟି, ବାକି ବଗିଗୁଡିକୁ ସମ୍ବଲପୁର ଷ୍ଟେସନକୁ ଅଗ୍ରସର କରାଯାଇଛି।

ବର୍ତ୍ତମାନ ଲାଇନ୍ଚ୍ୟୁତ ବଗିକୁ ଟ୍ରାକ୍‌ ଉପରକୁ ଉଠାଇବା ପାଇଁ ମରାମତି କାର୍ଯ୍ୟ ଚାଲିଛି। ଟ୍ରାକ୍ ସଫା କାମ ଓ ଟ୍ରାଫିକ୍‌ ଚାଲୁ କରିବା ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇଛି। ଦୁର୍ଘଟଣା ସ୍ଥଳୀରେ ରେଲୱେ କର୍ମଚାରୀମାନେ ମରାମତି କାମରେ ନିଯୁକ୍ତ ଅଛନ୍ତି।

ଦୁର୍ଘଟଣା ପରେ ଉକ୍ତ ରୁଟ୍‌ରେ ଯାଉଥିବା ଅନ୍ୟାନ୍ୟ ଟ୍ରେନ୍‌ଗୁଡିକୁ ସମୟିକ ଭାବେ ବନ୍ଦ କରାଯାଇଛି। ଲାଇନ୍ କ୍ଲିୟର ହେଲା ପରେ ପୁନର୍ବାର ସାଧାରଣ ଟ୍ରାଫିକ୍ ଚାଲୁ ହେବ ବୋଲି ରେଲ୍ ବିଭାଗ ତରଫରୁ ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow