ମହାନଦୀରେ ଖୁଦୁରୁକୁଣି ଦୁହୁରି ଭସାଇବା ବେଳେ ଭାସିଲେ ଯୁବତୀ

ବାଙ୍କୀର ରତାଗଡ଼ରେ ଘଟଣା, ଅଗ୍ନିଶମ ବିଭାଗ ଓ ସ୍ଥାନୀୟଙ୍କ ଖୋଜାଖୋଜି ଜାରି, ୩୦ ଘଣ୍ଟା ପରେ ବି ସନ୍ଧାନ ନାହିଁ

Sep 2, 2025 - 14:30
 0  4
ମହାନଦୀରେ ଖୁଦୁରୁକୁଣି ଦୁହୁରି ଭସାଇବା ବେଳେ ଭାସିଲେ ଯୁବତୀ

ଭୁବନେଶ୍ୱର : ବାଙ୍କୀ ବ୍ଲକ୍ ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ରତାଗଡ଼ ଗାଁରେ ଖୁଦୁରୁକୁଣି ଓଷା ଦିନରେ ଦୁହୁରି ଭସାଇବା ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। ପିଙ୍କି ସ୍ୱାଇଁ ନାମକ ଯୁବତୀ ମହାନଦୀରେ ଭାସିଯାଇଥିବାରୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ପିଙ୍କି ସାଙ୍ଗମାନଙ୍କ ସହିତ ନଦୀକୂଳରେ ଦୁହୁରି ଭସାଇବାକୁ ଯାଇଥିଲେ। କିନ୍ତୁ ହଠାତ୍ ପାଣିରେ ଗୋଡ଼ ଖସିଯାଇଥିବାରୁ ସେ ଭାସି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କଲେ, କିନ୍ତୁ ପ୍ରବଳ ସ୍ରୋତରେ ସମ୍ଭବ ହୋଇନଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଖୋଜାଖୋଜି ଆରମ୍ଭ କରିଥିବାବେଳେ ଡମପଡ଼ା, ଆଠଗଡ଼ ଓ ବାଙ୍କୀରୁ ମୋଟ ତିନିଟି ଅଗ୍ନିଶମ ଦଳ ପହଞ୍ଚି ୩୦ ଘଣ୍ଟାରୁ ଅଧିକ ସମୟ ଧରି ସନ୍ଧାନ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ।

ଲଗାଣ ବର୍ଷାରେ ନଦୀରେ ପାଣିର ସ୍ତର ବୃଦ୍ଧି ପାଇଥିବାରୁ ସମସ୍ୟା ଆହୁରି ଗୁରୁତର ହୋଇଛି। ପ୍ରଶାସନ ସତର୍କ କରିଥିବା ସତ୍ତେ ଓଷା ପାଇଁ ନଦୀକୂଳକୁ ଯିବାରୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow