ମୟୂରଭଞ୍ଜରେ ପୁଣି ହେଟାବାଘ ଆତଙ୍

କରଞ୍ଜିଆ ବନଖଣ୍ଡର ଦୁଇ ଗାଁରେ ୧୫ ଜଣ ଆହତ

Sep 9, 2025 - 16:58
 0  0
ମୟୂରଭଞ୍ଜରେ ପୁଣି ହେଟାବାଘ ଆତଙ୍

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ତିନିଟିଆ ଓ ତୁଳସୀପୋଷି ଗାଁରେ ହେଟାବାଘ ଆତଙ୍କ ସୃଷ୍ଟି କରିଛି। ଏହି ଗାଁଗୁଡିକରେ ଆକ୍ରମଣ କରି ୧୫ ଜଣ ଆହତ ହୋଇଛନ୍ତି।

ବନ ବିଭାଗ ସୂଚନା ଦେଇଛି ଯେ, ମଙ୍ଗଳବାର ସକାଳୁ ସେହି ହେଟାବାଘ ଆଉ ଦୁଇ ଜଣଙ୍କୁ ଆକ୍ରମଣ କରିଛି। ଆହତମାନଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ମହିଳା ଅଛନ୍ତି।

ଆହତ ଦୁଇଜଣଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି।

ଗାଁବାସୀଙ୍କୁ ମାଇକ୍ ଯୋଗେ ସଚେତନ କରାଯାଉଛି। ସେଥିପାଇଁ ବନ ବିଭାଗ ରକ୍ଷକ ଗାଡି ଦ୍ୱାରା ପାଟ୍ରୋଲିଂ ବଢ଼ାଇଛି ଯାହାଦ୍ୱାରା ଅଧିକ ଆକ୍ରମଣକୁ ରୋକାଯାଇପାରିବ।

What's Your Reaction?

like

dislike

love

funny

angry

sad

wow