ମାଉସୀ ଘରରେ ମିଳିଲା ଯୁବକଙ୍କ ମୃତଦେହ

ବମ୍ବେରୁ ଫେରିଲେ କିନ୍ତୁ ଘରକୁ ନୁହେଁ, ସନ୍ଦେହଜନକ ଭାବେ ମୃତ୍ୟୁ; ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Sep 4, 2025 - 19:34
 0  0
ମାଉସୀ ଘରରେ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ସାନସିରେଇ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସୁଦୂର ବମ୍ବେରୁ ଆସିଥିବା ଯୁବକ ବୁଦ୍ଧେଶ୍ବର ପ୍ରଧାନଙ୍କ ମୃତଦେହ ମାଉସୀ ଘର ପଛରେ ସନ୍ଦେହଜନକ ଭାବେ ମିଳିଥିଲା।

ମୃତକ ବୁଦ୍ଧେଶ୍ବର, ଉଦୟପୁର ଗ୍ରାମର ହରିହର ପ୍ରଧାନଙ୍କ ଏକମାତ୍ର ପୁଅ, ବର୍ଷ ଦୀର୍ଘ ଦିନ ଧରି ବମ୍ବେରେ ଦାଦନ କାମ କରୁଥିଲେ। କିନ୍ତୁ ସେ ଅଚାନକ ଘରକୁ କିଛି ନ ଜଣାଇ ସିଧାସଳଖ ମାଉସୀ ଘରକୁ ଆସିଥିଲେ। ପରବର୍ତ୍ତୀ ସକାଳେ ତାଙ୍କର ମୃତଦେହ ମିଳିବା ସହିତ ଗ୍ରାମରେ ଚାଞ୍ଚଳ୍ୟ ସୃଷ୍ଟି ହୋଇଥିଲା।

ବୁଦ୍ଧେଶ୍ବରଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି। ପରିବାରର ପ୍ରଶ୍ନ — ସେ ଘରକୁ ଯାଇନାହାନ୍ତି କିନ୍ତୁ କାହିଁକି ସିଧା ମାଉସୀ ଘରକୁ ଯାଇଥିଲେ? ତାଙ୍କର ମୃତ୍ୟୁ ପଛରେ କ’ଣ କୌଣସି ଯୁକ୍ତିସଙ୍ଗତ କାରଣ ରହିଛି, ନାକି ଘଟଣାକୁ ଅନ୍ୟ ରୂପ ଦେଇ ଲୁଚାଇବାକୁ ଚେଷ୍ଟା ହେଉଛି?

ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମାତ୍ର ମୃତ୍ୟୁର ସତ୍ୟ କାରଣ ସ୍ପଷ୍ଟ ହେବ। ଏପଟେ, ଏଭଳି ଆକସ୍ମିକ ମୃତ୍ୟୁକୁ ବୁଦ୍ଧେଶ୍ବରଙ୍କ ପରିବାର ଗ୍ରହଣ କରିପାରୁନାହାନ୍ତି।

What's Your Reaction?

like

dislike

love

funny

angry

sad

wow