ସିଏମଓ ନାଁରେ ଠକେଇ: ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମାଲକାନଗିରି ବଦଳି ଧମକ ଦେଇ ଠକିନେଲେ ୨ ଲକ୍ଷ ଟଙ୍କା

ଏୟାରଫିଲ୍ଡ ଥାନାରେ ଅଭିଯୋଗ; ଭୀମଟାଙ୍ଗି ଅଞ୍ଚଳର ଜାନକୀ ମହାପାତ୍ର ଠକେଇ ଅଭିଯୁକ୍ତ

Jun 6, 2025 - 13:03
 0  0
ସିଏମଓ ନାଁରେ ଠକେଇ: ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମାଲକାନଗିରି ବଦଳି ଧମକ ଦେଇ ଠକିନେଲେ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର : ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ନାମରେ ଠକେଇ ଘଟଣା ଆଉ ଥରେ ସାମ୍ନାକୁ ଆସିଛି। ଅନୁଗୁଳ ରାସ୍ତା ଓ କୋଠାବାଡି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ହରିପାଲ ଏଥିରେ ଠକେଇ ଶିକାର ହୋଇଛନ୍ତି। ଜଣେ ମହିଳା ନିଜକୁ CMO କର୍ମଚାରୀ ବୋଲି ପରିଚୟ ଦେଇ, ମାଲକାନଗିରି ବଦଳି କରାଇଦେବା ଧମକ ଦେଖାଇ ତାଙ୍କୁ ଦୁଇ ଲକ୍ଷ ଟଙ୍କା ଠକି ନେଇଛନ୍ତି।

ଅଭିଯୁକ୍ତା ଭୀମଟାଙ୍ଗି ଅଞ୍ଚଳର ଜାନକୀ ମହାପାତ୍ର। ପ୍ରାୟ ଏକମାସ ତଳେ ସେ ପ୍ରତାପଙ୍କୁ ଫୋନ କରି ନିଜକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କର୍ମଚାରୀ ବୋଲି ଚିହ୍ନାଇଥିଲେ। ବଦଳି ରୋକିବା ପାଇଁ ଦୁଇ ଲକ୍ଷ ଟଙ୍କା ଦେବାକୁ ବଳ ଦେଇଥିଲେ। ପ୍ରତାପ ଭାବିଥିଲେ ଏହା ସତେଜ CMO ର ଅଫିସରୁ ଫୋନ, ତେଣୁ ସେ ଭୀମଟାଙ୍ଗିର ଘରକୁ ଯାଇ ଜାନକୀଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ।

ଏହି ଠକ ଏଥିପରେ ପୁଣି ୫ ଲକ୍ଷ ଟଙ୍କା ମାଗିଥିଲେ। ପ୍ରତାପ ଏଥିରେ ଅସ୍ବୀକୃତି ଦେଲେ, ତେବେ ଜାନକୀ ତାଙ୍କୁ ଅପଶବ୍ଦ କହି, ଜୀବନ ସେଶ କରିଦେବା ଧମକ ଦେଇଥିଲେ। ବିକଳ୍ପ ନଦେଖି ଗତ ୩ ତାରିଖ ରେ ପ୍ରତାପ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଏନେଇ ଅଭିଯୋଗ କରିଛନ୍ତି।

ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତା ଜାନକୀଙ୍କୁ ଖୋଜିବା ପାଇଁ ତଦନ୍ତ ତିବ୍ର କରାଯାଇଛି।

What's Your Reaction?

like

dislike

love

funny

angry

sad

wow