ବେଆଇନ ଗୋରୁ ପରିବହନ ରୋକିଲା ପୋଲିସ

ଗୋରୁ ବୋଝାଇ କଣ୍ଟେନର ଜବତ, ୨୨ ଗୋରୁ ମୃତ

Sep 2, 2025 - 13:59
 0  1
ବେଆଇନ ଗୋରୁ ପରିବହନ ରୋକିଲା ପୋଲିସ

ଭୁବନେଶ୍ୱର : ଗତକାଲି ରାତି ପ୍ରାୟ ୨ଟା ସମୟରେ ବଡ଼ଚଣା ଥାନା ପୋଲିସ ବେଆଇନ ଗୋରୁ ପରିବହନ ବିରୋଧରେ ବଡ଼ ଅଭିଯାନ ଚଳାଇଥିଲା । ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ଦେଇ ଗୋରୁ ବୋଝାଇ ଯାଉଥିବା ଏକ କଣ୍ଟେନର ସମ୍ପର୍କରେ ସୂଚନା ମିଳିବା ସହିତ, ପୋଲିସ ତାହାକୁ ପିଛା କରିଥିଲା।

ପୁଲିସ ଗାଡ଼ି ପିଛା କରୁଥିବା ଜାଣି, କଣ୍ଟେନର ଚାଳକ ଓ ସହଚରମାନେ ଖଇରା ନିକଟରେ ଗାଡ଼ିକୁ ଛାଡ଼ି ଫେରାର ହୋଇଯାଇଥିଲେ। ପରେ ପୋଲିସ କଣ୍ଟେନରକୁ ଜବତ କରିଥିଲା।

କଣ୍ଟେନର ଭିତରେ ୭୦ ଟି ଗୋରୁ ଥିବାବେଳେ, ସେଥିରୁ ୨୨ ଟି ଗୋରୁ ମୃତ ଅବସ୍ଥାରେ ମିଳିଥିଲା। ଅଳ୍ପ ସ୍ଥାନ , ଅକ୍ସିଜେନ୍ ଅଭାବ ଏବଂ ଲମ୍ବା ଯାତ୍ରାରେ କଷ୍ଟ ହେତୁ ଗୋରୁମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା।

ଜବତ କରାଯାଇଥିବା କଣ୍ଟେନରରୁ ମୃତ ଗୋରୁମାନଙ୍କୁ ପୋଲିସ ସତ୍କାର କରିଥିଲେ। ଅନ୍ୟ ୪୮ ଟି ବଞ୍ଚିଥିବା ଗୋରୁଙ୍କୁ ନିକଟସ୍ଥ ଗୋଶାଳାରେ ଛାଡ଼ାଯାଇଛି।

ଏହି ବେଆଇନ ପରିବହନ ପଛରେ କେହି ଜଡ଼ିତ ରହିଛନ୍ତି କି, ସେଥିପାଇଁ ପୋଲିସ ଅନୁଶୀଳନ ଆରମ୍ଭ କରିଛି। ଚାଳକ ଓ ସହଯୋଗୀମାନଙ୍କୁ ଧରିବା ପାଇଁ ବିଶେଷ ଦଳ ଗଠନ କରାଯାଇଛି।

What's Your Reaction?

like

dislike

love

funny

angry

sad

wow