ରାଜଭବନରେ ଇତିହାସ ରଚିଲେ ରୂପା ରୋଶନ ସାହୁ

ଓଡ଼ିଶାର ପ୍ରଥମ ମହିଳା ରାଜ୍ୟପାଳ ସଚିବ ଭାବେ ନିଯୁକ୍ତ

Jul 23, 2025 - 10:47
 0  0
ରାଜଭବନରେ ଇତିହାସ ରଚିଲେ ରୂପା ରୋଶନ ସାହୁ

ଭୁବନେଶ୍ୱର: ଓଡ଼ିଶା ରାଜଭବନର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ସଚିବ ଭାବରେ ନିଯୁକ୍ତି ମିଳିଛି। ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁ ଏହି ଗରିମାମୟ ଦାୟିତ୍ୱ ନେଇଛନ୍ତି। ଏହି ନିଯୁକ୍ତି ସହିତ ସେ ରାଜ୍ୟ ରାଜଭବନ ଇତିହାସର ପ୍ରଥମ ମହିଳା ସଚିବ ହେବାର ଅଗ୍ରଗାମୀ ଭୂମିକା ନିଭାଇଛନ୍ତି।

ଗତକାଲି ରାଜ୍ୟ ସରକାର ଆଇଏଏସ ଅଧିକାରୀମାନଙ୍କ ମଧ୍ୟରେ ବ୍ୟାପକ ଅଦଳବଦଳ କରିଛି, ଯାହାରେ ସଚିବ ଓ ଜିଲ୍ଲାପାଳ ସ୍ତରରେ ବିଶେଷ ପରିବର୍ତ୍ତନ ଘଟିଛି। ବର୍ତ୍ତମାନର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍. ବି. ଏସ୍. ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗରେ ବଦଳି କରାଯାଇଛି ଏବଂ ସେ OSRTC ର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ନିବାହ କରିବେ।

ରୂପା ରୋଶନ ସାହୁ ପୂର୍ବରୁ ବ୍ରହ୍ମପୁର ଆର୍ଡିସି ଭାବେ କାର୍ଯ୍ୟରତ ଥିଲେ। ସେ ଏବେ ରାଜ୍ୟପାଳଙ୍କ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ।

What's Your Reaction?

like

dislike

love

funny

angry

sad

wow