ବିଡ଼ି, ସିନେମା, ଖଣି ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି: ଆବେଦନ ପାଇଁ ଶେଷ ତାରିଖ ଘୋଷିତ
ପ୍ରାକ୍ ମାଟ୍ରିକ୍ରୁ ପେସାଦାର ପାଠ୍ୟକ୍ରମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପକୃତ, ଅଧିକତମ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃତ୍ତି

ଭୁବନେଶ୍ୱର : କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେମା, ଓ ଖଣି (କୋଇଲା ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା ଘୋଷିତ ହୋଇଛି। ଆସନ୍ତା ୩୧ ଅଗଷ୍ଟ ପୂର୍ବରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ୩୧ ଅକ୍ଟୋବର ପୂର୍ବରୁ ଏକାଦଶ ଓ ତାହାପରେ ପଢ଼ୁଥିବା ଛାତ୍ରଛାତ୍ରୀ [http://scholarships.gov.in](http://scholarships.gov.in) ରେ ଆବେଦନ କରିପାରିବେ।
ଏହି ବୃତ୍ତି ଯୋଜନାରେ ଛାତ୍ରଛାତ୍ରୀମାନେ ବାର୍ଷିକ ୧,୦୦୦ ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ସାହାଯ୍ୟ ଲାଭ କରିପାରିବେ। ପ୍ରାଥମିକ, ମାଧ୍ୟମିକ, ବୈଷୟିକ ଓ ପେସାଦାର ଶିକ୍ଷା ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡ ଅନୁଯାୟୀ ବୃତ୍ତି ଦିଆଯିବ।
ବୃତ୍ତି ପାଇଁ ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ଶିକ୍ଷାନୁଷ୍ଠାନର ମାନ୍ୟତା, ଓ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ଅତିଆବଶ୍ୟକ। ମିଥ୍ୟା ବିବରଣୀ ବା ଅନୁଚିତ କାର୍ଯ୍ୟ କରିଥିଲେ ବୃତ୍ତି ବାତିଲ ହେବ।
ଅଧିକ ସୂଚନା ପାଇଁ ଶ୍ରମିକମାନେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ବା କଲ୍ୟାଣ କମିଶନରଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ।
What's Your Reaction?






