ବଡପୋଷରେ ହାତୀ ଆତଙ୍କ

ଘର ଭାଙ୍ଗି ଧାନ ଚାଉଳ ଖାଇଗଲା, ଗ୍ରାମବାସୀ ଭୟଭୀତ

Aug 1, 2025 - 19:08
 0  0
ବଡପୋଷରେ ହାତୀ ଆତଙ୍କ

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ବଡପୋଷ ଗାଁରେ ଗତ ରାତିରେ ଏକ ଗୋଠଛଡ଼ା ହାତୀ ଆକ୍ରମଣ କରିଥିବା ଘଟଣା ଘଟିଛି। ଏହି ହାତୀ ଏକ ଘର ଭାଙ୍ଗି ଧାନ ଓ ଚାଉଳ ନଷ୍ଟ କରିଛି। ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀଟି ଦେଖି ଘରମାନେ ଭୟରେ ପଳାଇଯାଇଛନ୍ତି। ଗ୍ରାମବାସୀ ଏକତ୍ରିତ ହୋଇ ହାତୀକୁ ହଟାଇଛନ୍ତି।

ଘଟଣା ପରେ ବନ ବିଭାଗ କର୍ମଚାରୀମାନେ ସ୍ଥଳ ପହଞ୍ଚି ଆକଳନ କରିଛନ୍ତି ଓ ଅନଲାଇନ ମାଧ୍ୟମରେ ମୁଆବଜା ପାଇଁ ପ୍ରସ୍ତାବ ପଠାଇଛନ୍ତି। ବନ ବିଭାଗ ହାତୀକୁ ଟ୍ରାକ କରି ଘଉଡ଼ାଇବା ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଫଳ ହୋଇଛି।

ଗ୍ରାମବାସୀ ଦିନ ରାତି ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେଣୁ ତୁରନ୍ତ ହାତୀକୁ ଅନ୍ୟଏଠିକୁ ସ୍ଥାନାନ୍ତର କରିବା ଦରକାର ବୋଲି ଆଞ୍ଚଳବାସୀ ଦାବି କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow