ପାରାଦୀପ ଓ ଭଦ୍ରକରେ ଦୁଇ ବଡ ପ୍ରକଳ୍ପ ପାଇଁ ତ୍ୱରିତ କାର୍ଯ୍ୟାନ୍ୱୟନ – ଓଡ଼ିଶାର ଅର୍ଥନୈତିକ ବିକାଶକୁ ନୂତନ ଗତି
ନାଫ୍ଥା କ୍ରାକର୍ ପ୍ଲାଣ୍ଟ ଓ ୟାର୍ନ ଉତ୍ପାଦନ ପ୍ରକଳ୍ପ ପାଇଁ ଶୀଘ୍ର ଜମି ଅଧିଗ୍ରହଣ, ଅନୁମୋଦନ ଓ ବ୍ୟବସ୍ଥାପନ ନେଇ ସ୍ପଷ୍ଟ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ ଦୂରଦର୍ଶୀ ଔଦ୍ୟୋଗିକ ବିକାଶ ଏବଂ ଯୁବପିଢ଼ି ପାଇଁ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆଇଓସିଏଲର ପାରାଦୀପ ଡୁଆଲ୍ ଫିଡ୍ ନାଫ୍ଥା କ୍ରାକର୍ ପ୍ଲାଣ୍ଟ ଓ ଭଦ୍ରକର ୟାର୍ନ ଉତ୍ପାଦନ ପ୍ରକଳ୍ପ ନେଇ ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଛି।
ମନ୍ତ୍ରୀ ସ୍ୱାଇଁ କହିଛନ୍ତି ଯେ ଏହି ପ୍ରକଳ୍ପ ଓଡ଼ିଶାର ଅର୍ଥନୈତିକ ପରିବର୍ତ୍ତନରେ ଏକ ମାଇଲ୍ସ୍ଟୋନ୍ ହେବ ଏବଂ ଏହିପାଇଁ ଜମି ଅଧିଗ୍ରହଣ ଓ ଆବଶ୍ୟକ ଅନୁମତି ନେବା ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଅତିରିକ୍ତ ମୁଖ୍ୟ ସଚିବ ହେମାନ୍ତ ଶର୍ମା, ଏବଂ IOCL, IDCO, IPICOL, ଓ ଅନ୍ୟାନ୍ୟ ଏଜେନ୍ସିମାନଙ୍କ ଅଧିକାରୀମାନେ ଯୋଗଦେଇଥିଲେ।
ଭଦ୍ରକର ୟାର୍ନ ପ୍ରକଳ୍ପ ବସ୍ତ୍ର ଉଦ୍ୟୋଗର ଅବିରତ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବା ସହ ଗ୍ରାମିଣ ଅଞ୍ଚଳରେ ଅନେକ ନିଯୁକ୍ତି ସୃଷ୍ଟି କରିବ। ଏହି ଦୁଇ ମେଗା ପ୍ରକଳ୍ପ ରାଜ୍ୟରେ ବ୍ୟବସାୟ ଓ ନିବେଶ ଅନୁକୂଳ ପରିବେଶ ସୃଷ୍ଟି କରି ହଜାର ହଜାର ଯୁବକଙ୍କ ପାଇଁ ନୂତନ ଆଶା ସୃଷ୍ଟି ହେବ।
..
What's Your Reaction?






