ଝାରସୁଗୁଡ଼ାକୁ ଦେଶର ନମ୍ବର ୧ ଜିଲ୍ଲା କରିବା ଲକ୍ଷ୍ୟରେ ରୋଡମ୍ୟାପ୍ ପ୍ରସ୍ତୁତ
ଜି୨୦ ସେର୍ପା ଅମିତାଭ କାନ୍ତଙ୍କ ସମୀକ୍ଷା ବୈଠକ: ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ଉନ୍ନତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଦେଶର ପ୍ରଗତିରେ ଝାରସୁଗୁଡ଼ାର ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି। ଶିଳ୍ପ ଓ ଖଣି-ଖାଦାନରେ ଭରିପୂରି ଏହି ଜିଲ୍ଲାକୁ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ଏବେ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଏହି ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଜି୨୦ ସେର୍ପା ଓ ପୂର୍ବତନ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଝାରସୁଗୁଡ଼ାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଓ ପରାମର୍ଶ ରଖିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଅମିତାଭ କାନ୍ତ ଏହି ଅଭିଯାନର ଅଂଶ ହୋଇଛନ୍ତି। ବୈଠକରେ ଶିଳ୍ପ ତାଲିମ କେନ୍ଦ୍ର ସ୍ଥାପନ, ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ଉନ୍ନତି, ଫ୍ଲାଏ ଆଶ ନିୟନ୍ତ୍ରଣ, ଗ୍ରିନ୍ ସିଟି ଯୋଜନା, ଓ ରେଳବାଇ-ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଏକ ସ୍ପଷ୍ଟ ରୂପରେ କାର୍ଯ୍ୟ ଯୋଜନା ନେଇ ଆଲୋଚନା ହୋଇଛି।
ଅମିତାଭ କାନ୍ତ କହିଛନ୍ତି ଯେ, ତାଙ୍କ ପ୍ରସ୍ତୁତ ରିପୋର୍ଟ ଦିଲ୍ଲୀରେ ଉପସ୍ଥାପନ କରାଯିବ। ସେ କହିଛନ୍ତି ଯେ ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ସଠିକ୍ ଶତବାର୍ଷିକୀ ପାଳନ ସମୟରେ ଝାରସୁଗୁଡ଼ାକୁ ଦେଶର ନମ୍ବର ୧ ଜିଲ୍ଲା ଭାବେ ପରିଚୟ ମିଳିବା ଲକ୍ଷ୍ୟ ରଖାଯାଇଛି।
ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍ପି ସ୍ମିତ୍ ପି. ପରମାର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଏହି ବୈଠକ ମାଧ୍ୟମରେ ଝାରସୁଗୁଡ଼ାର ଉନ୍ନତି ଗାଥାକୁ ନୂତନ ଦିଗାରେ ନେଇଯିବା ପାଇଁ ମଜବୁତ ପଦକ୍ଷେପ ନିଆଯିବା ନିଶ୍ଚିତ।
What's Your Reaction?






