ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନାବାଳକ ସମେତ ୧୦ ଅଭିଯୁକ୍ତ ଗିରଫ

ପୁରୁଷ ବନ୍ଧୁଙ୍କୁ ଆଟକାଇ ଯୁବତୀଙ୍କୁ ଦୁଷ୍କର୍ମ କଲେ ଦୁଷ୍କର୍ମକାରୀ, ଘଟଣା ଉପରେ ସମାଜରେ ତୀବ୍ର ପ୍ରତିକ୍ରିୟା

Jun 17, 2025 - 19:54
 0  0
ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନାବାଳକ ସମେତ ୧୦ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କ ସହ ଘଟିଥିବା ଗଣଦୁଷ୍କର୍ମ ଘଟଣା ଉପରେ  ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଘଟଣା ସମୟରେ ଯୁବତୀ ଜଣେ ନିଜ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିରେ ବୁଲୁଥିବା ବେଳେ ଏକ ଦଳ ଯୁବକ ସେମାନଙ୍କୁ ଘେରି ଅସଦାଚରଣ କରିଥିଲେ। ପରେ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଦାୟୀ ୧୦ ଜଣ ଯୁବକଙ୍କୁ ଗୋପାଳପୁର ପୋଲିସ ଗିରଫ କରି ପଚରାଉଚରା କରୁଛି, ସେମାନଙ୍କ ମଧ୍ୟରୁ ୪ଜଣ ନାବାଳକ ଥିବା ସୂଚନା ମିଳିଛି । ପୀଡିତାଙ୍କୁ ମେଡିକାଲ ଚେକଅପ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଛି। ଘଟଣା ଉପରେ ସୋସିଆଲ ମିଡିଆରେ ଗଭୀର ଆକ୍ରୋଶ ଦେଖାଯାଉଛି। ସ୍ଥାନୀୟ ଲୋକମାନେ ବେଳାଭୂମିରେ ଅଧିକ ଆଲୋକ ବ୍ୟବସ୍ଥା, ନିୟମିତ ପ୍ରହରା ଓ ସୁରକ୍ଷା ବୃଦ୍ଧି ଦାବି କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow