ଓଡ଼ିଶାରେ ଅନଲାଇନ୍ ଆମ୍ବୁଲାନ୍ସ ବୁକିଂ ସେବା ଶୀଘ୍ର ଆରମ୍ଭ
ଓଡ଼ିଶା ଯାତ୍ରୀ ଆପ୍ରେ ମିଳିବ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ, ପ୍ରକ୍ରିୟା ଆରମ୍ଭ ହେବ ଶୀଘ୍ର

ଭୁବନେଶ୍ୱର : ଏବେ ଓଡ଼ିଶାରେ ଲୋକେ ଅନଲାଇନ୍ରେ ଆମ୍ବୁଲାନ୍ସ ବୁକିଂ କରିପାରିବେ। ଏହି ନୂଆ ସୁବିଧା ବିଷୟରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଏହି ଯୋଜନା ଚାଲୁ ହେବ ଓ ଲୋକମାନେ "ଓଡ଼ିଶା ଯାତ୍ରୀ" ଆପ୍ ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ।
ଏହି ଉଦ୍ୟମରେ ପରିବହନ ବିଭାଗ ସଂରକ୍ଷଣ ଓ ନିର୍ଦ୍ଦେଶନାର ଦାୟିତ୍ୱ ନେବା ସହ, କ୍ରୁଟ ସହଯୋଗରେ ଯୋଜନା ଚାଲିବ। ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ଦୁଇଟି ସେବା ଉପଲବ୍ଧ ହେବ। ରୋଡ୍ ଚାର୍ଟ ଓ ଖର୍ଚ୍ଚ ସରକାର ନିର୍ଦ୍ଧାରିତ କରିବେ । ଏହି ସୁବିଧା ଯୋଗାଇଦେବା ଦ୍ୱାରା ଆମ୍ବୁଲାନ୍ସ ଉପଲବ୍ଧତା ବଢ଼ିବ ଓ ଆପାତକାଳୀନ ସମୟରେ ଲୋକମାନେ ସହଜରେ ସେବା ପାଇପାରିବେ ।
What's Your Reaction?






