କମିଲା ହୀରାକୁଦର ଜଳସ୍ତର, ବନ୍ଦ ହେଲା ୪ ଗେଟ

୨୦ ଗେଟ୍ ଦେଇ ଚାଲିଛି ବନ୍ୟା ଜଳ ନିଷ୍କାସନ, ତଳିଆ ଅଞ୍ଚଳରେ ପଶିଲା ପାଣି

Sep 6, 2025 - 19:55
 0  0
କମିଲା ହୀରାକୁଦର ଜଳସ୍ତର, ବନ୍ଦ ହେଲା ୪ ଗେଟ

ଭୁବନେଶ୍ୱର : ହୀରାକୁଦ ଡ୍ୟାମରେ ଜଳସ୍ତର ହ୍ରାସ ପାଇଥିବାରୁ ଶନିବାର ସକାଳେ ୪ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ମହାନଦୀରେ ବନ୍ୟା ଜଳ ଛାଡ଼ାଯାଉଛି ।

ଡ୍ୟାମରୁ ଜଳ ଛଡା ହେବା ପରେ ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ପାଣିରେ ବୁଡ଼ିଯାଇଛି । ସମ୍ବଲପୁର-ସୁବର୍ଣ୍ଣପୁର ରାସ୍ତାରେ ୩ ଫୁଟର ପାଣି ଚାଲିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ସମ୍ବଲପୁରର ଗୁଣ୍ଡେରପୁର ବ୍ରିଜ୍ ବି ପାଣିରେ ବୁଡ଼ିଥିବାରୁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି ।

ଅଧିକ ବର୍ଷା ହେଲେ ହୀରାକୁଦର ଅନ୍ୟାନ୍ୟ ଗେଟ୍ ମଧ୍ୟ ଖୋଲିବା ସମ୍ଭାବନା ରହିଛି । ଏହା ଫଳରେ ଗୁଣ୍ଡେରପୁର ଭଳି ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ପାଣି ପଶି ଅବସ୍ଥାକୁ ଅଧିକ ଗୁରୁତର କରିପାରେ ।

What's Your Reaction?

like

dislike

love

funny

angry

sad

wow