କଟକରେ ପୁଣି ଚିହ୍ନଟ ହେଲା କୋଭିଡ୍ ଆକ୍ରାନ୍ତ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ
ଜ୍ଵର ଓ ଥଣ୍ଡା ଲକ୍ଷଣ ଦେଖାଦେବା ପରେ ଟେଷ୍ଟ କରାଯାଇଥିଲା, ପଜିଟିଭ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଅନ୍ୟ ଲୋକଙ୍କ ସମ୍ପର୍କ ତାଲିକା ତିଆରି କରିଛି।

ଭୁବନେଶ୍ୱର: ରାଜ୍ୟର କଟକ ନଗରରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ୪୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେ ଗତ କିଛି ଦିନ ଧରି ଜ୍ଵର ଓ ଥଣ୍ଡାରେ ପୀଡିତ ଥିଲେ। ଲକ୍ଷଣ ଗୁଡ଼ିକୁ ଦୃଷ୍ଟିରେ ରଖି ଟେଷ୍ଟ କରାଯାଇଥିଲା, ପରେ ତାଙ୍କର କୋଭିଡ୍ ପଜିଟିଭ ଆସିଥିଲା।
ବର୍ତ୍ତମାନ ସେ କଟକ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କର ସ୍ଥିତି ନିୟନ୍ତ୍ରଣ ରେ ଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ସେମାନଙ୍କୁ ଟେଷ୍ଟ କରିବା ସାଙ୍ଗରେ ଆଇସୋଲେସନ୍ ରେ ରଖାଯିବାକୁ ଯୋଜନା ହେଉଛି।
ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସତର୍କ ଓ ସାବଧାନ ରହିବା ପାଇଁ ଆହ୍ୱାନ ଜଣାଇଛି। ଅପେକ୍ଷାକୃତ ଲକ୍ଷଣ ଦେଖାଲେ ତୁରନ୍ତ ଚିକିତ୍ସା ନବା ଏବଂ ଜନ ଗହଳି ସ୍ଥାନରେ ମାସ୍କ୍ ପିନ୍ଧିବା, ସାନିଟାଇଜେସନ୍ ଓ ସାମାଜିକ ଦୂରତା ରଖିବା ଉପରେ ଜୋର ଦିଆଯାଇଛି।
What's Your Reaction?






