ଦୂରଦୂରାନ୍ତରେ ଥିବା ରୋଗୀଙ୍କ ପାଇଁ ବୃହତ୍ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର
ନୂଆପଡ଼ା ରେ ୯୪୪ ଜଣ ରୋଗୀଙ୍କୁ ମିଳିଲା ମାଗଣା ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର : ଜିଲ୍ଲାର ଦୂର ଅଞ୍ଚଳରେ ବସୁଥିବା ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦେବା ଲକ୍ଷ୍ୟରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଶିବିର ଆୟୋଜିତ ହୋଇଥିଲା। ଜୁଲାଇ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୯୪୪ ଜଣ ରୋଗୀ ଚିକିତ୍ସା ଲାଭ କରିଥିଲେ। ଏସ୍ସିବି ମେଡିକାଲ କଲେଜ, କଟକରୁ ୧୧ ଜଣ ବିଶେଷଜ୍ଞ ଚିକିତ୍ସକ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଅନ୍ତର୍ଗତ ଏହି ଶିବିରରେ ସେବା ଦେଇଥିଲେ।
ଯୁରୋଲୋଜି, ସ୍ନାୟୁରୋଗ, ନେଫ୍ରୋଲୋଜି, ହୃଦ୍ରୋଗ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି ଭଳି ବିଭିନ୍ନ ବିଭାଗରେ ଚିକିତ୍ସା ସୁବିଧା ମିଳିଥିଲା। ସହଯୋଗରେ ଇକୋକାର୍ଡିଓଗ୍ରାଫି, ଇସିଜି, ଏଣ୍ଡୋସ୍କୋପି, ଅଲ୍ଟ୍ରାସାଉଣ୍ଡ, ଏକ୍ସ-ରେ ଓ ଖର୍ଚ୍ଚବହୁଳ ରୋଗ ନିରୂପଣ ପରୀକ୍ଷା ମଧ୍ୟ ହୋଇଥିଲା।
ନୂଆପଡ଼ା ଜିଲ୍ଲା ହସ୍ପିଟାଲକୁ ଏହି ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ପଠାଯାଇଥିଲା। ଶିବିରରେ ଡା. ପ୍ରମୋଦ, ଡା. ସୁଚିସ୍ମିତା, ଡା. ଅଶ୍ବିନୀ, ଡା. ରାକେଶ, ଡା. ଜ୍ଞାନରଞ୍ଜନ, ଡା. ଭବାନୀ ଶଙ୍କର, ଡା. ବିଶ୍ବଜିତ, ଡା. ଲିଙ୍କନ, ଡା. ସନନ୍ଦ, ଡା. ସୋନିଲିକା ଓ ଡା. ପଙ୍କଜ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ।
ରୋଗୀମାନେ ମାଗଣାରେ ଏତେ ଉତ୍ତମ ସୁବିଧା ପାଇ ସନ୍ତୋଷ ଜଣାଇଛନ୍ତି ଓ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି।
What's Your Reaction?






