ଏପ୍ରିଲ ୨୦୨୬ ସୁଦ୍ଧା ସମସ୍ତ ପୌରାଞ୍ଚଳ ଗର୍ତ୍ତମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱରରେ ସ୍ୱାୟତ୍ତ ଶାସନ ଦିବସରେ ଅନେକ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପ୍ରିଲ ୨୦୨୬ ସୁଦ୍ଧା ସମସ୍ତ ପୌରାଞ୍ଚଳର ରାସ୍ତାକୁ ଗର୍ତ୍ତମୁକ୍ତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମୁକୁଳା ଡ୍ରେନ୍ ନିବାରଣ ପାଇଁ ପଦକ୍ଷେପ ନେବାରେ ଜୋର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି , “୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ପୂରଣ ପାଇଁ ସହରାଞ୍ଚଳର ପରିଷ୍କାରତା ଓ ଭଲ ପରିକାଳପନା ଆବଶ୍ୟକ।” ସେ ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନଙ୍କୁ ସକ୍ରିୟ ଭାବରେ କାମ କରିବାରୁପରେ ଉଦ୍ବୋଧନ କରି, ଲୋକଙ୍କ ସାଧାରଣ ସମସ୍ୟା ବଡ଼ ପର୍ଯ୍ୟାୟକୁ ନେଇଯିବା ଆବଶ୍ୟକ ନୁହେଁ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ୧୬ଟି ନୂତନ ନୋଟିଫାଇଡ୍ ଏରିଆ କାଉନ୍ସିଲ୍ (NAC) ଓ ୭ଟି ନୂତନ ମ୍ୟୁନିସିପାଲଟି ଘୋଷଣା କରାଗଲା। ଏଥିସହ ‘ସହଯୋଗ’ କାର୍ଯ୍ୟକ୍ରମକୁ ସମସ୍ତ ପୌରାଞ୍ଚଳକୁ ସମ୍ପ୍ରସାରଣ, ୧୯୨୯ ଟୋଲ୍ ଫ୍ରି ସେବା ଆରମ୍ଭ, ‘ଆମ ବସ୍’ ପାଇଁ ହ୍ବାଟ୍ସଆପ୍ ଟିକେଟିଂ ସେବା ଓ ୪୩ଟି ବହୁମୁଖୀ କେନ୍ଦ୍ରର ଲୋକାର୍ପଣ ହୋଇଛି।
ସେହିପରି ୬ଟି ନୂତନ ଗୋଶାଳା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ୩୯୪ ପରିବାରକୁ ଗୃହ ବଣ୍ଟନ ଓ ପାଳାଶୁଣୀ, ଗାଡ଼କଣରେ ପୁନରୁଦ୍ଧାର ସୁବିଧା ଲୋକାର୍ପିତ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଯେ , ଆସନ୍ତା ଏପ୍ରିଲ ମାସରେ ହେବାକୁଥିବା ଜନଶୁଣାଣିରେ ଯେପରି ରାସ୍ତାର ଗର୍ତ୍ତ କିମ୍ବା ମୁକୁଳା ଡ୍ରେନ୍ ସମ୍ପର୍କିତ ଅଭିଯୋଗ ନ ଆସେ, ସେଥିକୁ ସୁନିଶ୍ଚିତ କରିବା।
What's Your Reaction?






