ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଆଜି ରାତିରୁ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି

ଗ୍ରହଣ ପାଇଁ ସାରା ରାତି ଚାଲିବ ବିଶେଷ ଆୟୋଜନ, ଛତିଶାନିଯୋଗ ବୈଠକରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ

Sep 6, 2025 - 19:50
 0  0
ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଆଜି ରାତିରୁ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିର ଚନ୍ଦ୍ରଗ୍ରହଣ ଅବସରରେ ବିଶେଷ ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି । ଗତ ମଙ୍ଗଳବାର ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ ନିଷ୍ପତ୍ତି ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ନୀତିଗୁଡିକ ଆଜି ରାତି ୨ଟାରୁ ଦ୍ୱାରଫିଟା ସହ ଆରମ୍ଭ ହେବ । ୨.୩୦ରେ ଭିତର ଶୋଧ, ୨.୪୦ରେ ମଙ୍ଗଳ ଆଳତୀ, ୩ଟାରେ ମଇଲମ ଓ ତଡ଼ପ, ୩.୩୦ରେ ଅବକାଶ ନୀତି ସମ୍ପନ୍ନ ହେବ । ଏହା ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ହେବ ।

ଭୋରରୁ ଭୋଗମଣ୍ଡପ ପରେ ୯.୩୦ରେ ଦକ୍ଷିଣି ଘର ଭୋଗ, ସାଢେ ୮ଟାରୁ ୧୦.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଭୋଗ ମଣ୍ଡପ ହେବ । ପୁଣି ୧୦.୪୦ରେ ମଇଲମ, ୧୧ଟାରେ ବେଶ ଶେଷ, ୧୧.୧୫ରେ ସନ୍ଧ୍ୟା ଆଳତୀ, ସାଢେ ୧୧ଟାରେ ଦୋଳ-ଗୋବିନ୍ଦ ବିଜେ, ୧୧.୪୫ରେ ଆଜ୍ଞାମାଳ ପାଲିଙ୍କି ବିଜେ ହେବ ।

ଦିନ ୧୨.୩୦ରେ ସମସ୍ତ ନୀତିକାନ୍ତି ସମାପ୍ତ ହେବ । ଗ୍ରହଣ ଦିନ ନିମନ୍ତେ ସ୍ବତନ୍ତ୍ର ଏହି ଆୟୋଜନରେ ଦର୍ଶନାର୍ଥୀ ଓ ସେବାୟତମାନଙ୍କୁ ପୂର୍ବରୁ ନୀତିସୂଚନା ପ୍ରଦାନ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow