ରେଙ୍ଗାଳି ଜଳ ଭଣ୍ଡାରରେ ଦୁଃଖଦ ଅଘଟଣ
ମାଛ ଧରିବାକୁ ଯାଇ ଡଙ୍ଗା ବୁଡିଲା – ୨ ଶିଶୁ ପୁତ୍ର ମୃତ, ମା ନିଖୋଜ

ଭୁବନେଶ୍ୱର : ଦେବଗଡ ଜିଲ୍ଲାର ରେଙ୍ଗାଳି ଜଳ ଭଣ୍ଡାରରେ ଏକ ଦୁଃଖଦ ଘଟଣା ଘଟିଛି। ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡି ଯାଇ ୨ ଶିଶୁ ପୁତ୍ର ମୃତ ଓ ତାଙ୍କ ମା ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଘଟଣା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଇରପାଲି ଫାଣ୍ଡି ଅଧୀନ ଖିଲେଇ ପଞ୍ଚାୟତର ତଲେଇସର ଗ୍ରାମ ନିକଟବର୍ତ୍ତୀ ରେଙ୍ଗାଳି ନଦୀବନ୍ଧ ଜଳ ଭଣ୍ଡାରରେ ଘଟିଛି।
ମୃତ ଶିଶୁମାନେ ହେଲେ ବୁଲୁ ପେଣ୍ଠେଇଙ୍କ ୫ ବର୍ଷୀୟ ଆୟୁଷ ଓ ୩ ବର୍ଷୀୟ ରିୟାଂଶ। ତାଙ୍କର ପତ୍ନୀ ଜ୍ୟୋତ୍ସ୍ନା ପେଣ୍ଠେଇ (୨୫) ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।
ସୂତ୍ରମୂଳକ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମାଛ ଧରିବା ପାଇଁ ଡଙ୍ଗାରେ ନଦୀ ପାର୍ ହେଉଥିବା ବେଳେ, ହାତୀ ଆସିବାର ଭୟରେ ହଡବଡାଣିରେ ଡଙ୍ଗା ବୁଡିଯାଏ। ତାହାରେ ବୁଲୁଙ୍କ ସ୍ତ୍ରୀ ଓ ଦୁଇ ପୁଅ ପାଣିରେ ବୁଡି ଯାନ୍ତି।
ଆଜି ସକାଳେ ଉଦ୍ଧାର ଅଭିଯାନ ଚାଲାଇ ଦୁଇ ଶିଶୁଙ୍କ ଶବ ଉଦ୍ଧାର କରାଯାଇଛି, ଯାହା ଗ୍ରାମ ଓ ପରିବାର ମଧ୍ୟରେ ଶୋକର ଲହରି ଫେଲାଇଛି। ମା ଜ୍ୟୋତ୍ସ୍ନାଙ୍କୁ ଖୋଜିବା କାମ ଜାରି ରହିଛି।
ପୋଲିସ ଓ ଅଗ୍ନିଶମ ବିଭାଗ ଦଳ ସଂଯୁକ୍ତରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
What's Your Reaction?






