ଭୁବନେଶ୍ୱରରେ ଯୁବତୀଙ୍କ ମୃତ୍ୟୁ ଉପରେ ରହସ୍ୟ, ହତ୍ୟା ନା ଆତ୍ମହତ୍ୟା ?

ବାପା ଆଣିଲେ ହତ୍ୟା ଅଭିଯୋଗ

Jul 24, 2025 - 16:41
 0  0
ଭୁବନେଶ୍ୱରରେ ଯୁବତୀଙ୍କ ମୃତ୍ୟୁ ଉପରେ ରହସ୍ୟ, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଡମଣା ଅଞ୍ଚଳରେ ଘଟିଥିବା ଏକ ଯୁବତୀଙ୍କ ମୃତ୍ୟୁ ଘଟଣା ନେଇ ଚଞ୍ଚଳା ଚାଲିଛି। ରାୟଗଡ଼ା ଜିଲ୍ଲାର ଥିବା ଏହି ମୃତ ଯୁବତୀ ପ୍ରାୟ ଦେଢ଼ ବର୍ଷ ହେଲା ସତ୍ୟଭାମା କଲେଜରେ ପାଠ ପଢୁଥିଲେ। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରାଥମିକ ଖବର ମିଳିଛି, କିନ୍ତୁ ବାପା ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦାଖଲ କରି ବାପା ପ୍ରଶ୍ନ ଉଠାଇଛନ୍ତି: “ବନ୍ଦ ଘର ଭିତରୁ ପାରିବାରିକ ସଦସ୍ୟଙ୍କ ବିନା ଉପସ୍ଥିତିରେ ଶବ କିପରି ବାହାର ହେଲା?”

ମୃତ ଯୁବତୀ ଜଣେ ଦିବ୍ୟାଙ୍ଗ ଥିଲେ, ସେ କଥା କହିପାରୁନଥିଲେ ଓ ଶୁଣିପାରୁନଥିଲେ।

ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

What's Your Reaction?

like

dislike

love

funny

angry

sad

wow