ଆନ୍ଧ୍ର ପଥର ଖଣି ଦୁର୍ଘଟଣାରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଓଡ଼ିଶା ଶ୍ରମମନ୍ତ୍ରୀ କହିଲେ– ଘଟଣା ଦୁଃଖଜନକ, ତଦନ୍ତ ପାଇଁ ଟିମ୍ ପଠାଯାଇଛି

ଭୁବନେଶ୍ୱର : ରବିବାର ଆନ୍ଧ୍ରପ୍ରଦେଶର ବାପଟଲା ଏକ ପଥର ଖଣିରେ ଭୟାବହ ଦୁର୍ଘଟଣା ଘଟିଥିଲା, ଯାହାରେ ୮ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଥିବାବେଳେ, କିଛି ଗୁରୁତର ଅବସ୍ଥାରେ ଅଛନ୍ତି।
ଓଡ଼ିଶା ଶ୍ରମମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଘଟଣା ପ୍ରତି ପ୍ରତିକ୍ରିୟା ଦେଇ କହିଛନ୍ତି, “ଏହି ଦୁଃଖଦ ଘଟଣା ଆମ ସଭ୍ୟତା ପାଇଁ ଏକ ଅନ୍ତର୍ଦ୍ଦନ ଘଟଣା। ଆମେ ଏକ ଟଦନ୍ତ ଟିମ୍ ପଠାଇଛୁ, ଯେଉଁମାନେ ସେଠାରେ ଘଟଣା ଅନୁସନ୍ଧାନ କରିବେ। ମୃତଦେହଗୁଡ଼ିକୁ ୩ଟି ଆମ୍ବୁଲାନ୍ସରେ ଓଡ଼ିଶାକୁ ଆଣାଯାଉଛି।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆନେକ ଶ୍ରମିକ ଲେବର କାର୍ଡ ଥିଲେ ମଧ୍ୟ ଗୋପନ ଭାବେ ବାହାରକୁ ଚାଲିଯାଉଛନ୍ତି, ଯାହା ଦାଦନ ପ୍ରଥାର ଅଂଶ। ଏହା ରୋକିବାକୁ ସରକାର ଏବେ ୩୧୪ ବ୍ଲକରେ ନୂଆ ଲେବର ଅଫିସର ନିଯୁକ୍ତି କରିଛି ଏବଂ ଟାସ୍କ ଫୋର୍ସ ମାଧ୍ୟମରେ ଦାଦନ ବନ୍ଦ କରିବା ପ୍ରୟାସ ଜାରି ଅଛି।
What's Your Reaction?






