ସ୍କୁଲ ଛାଡିବାକୁ ନେଉଥିବା ବେଳେ ଟ୍ରକ ଧକ୍କା — ଝିଅ ଆଖି ଆଗରେ ମା'ଙ୍କ ମୃତ୍ୟୁ

ଗ୍ରୀନଗ୍ରାସ୍ ଷ୍ଟାଡିୟମ ନିକଟରେ ଦୁର୍ଘଟଣା; ଗୁରୁତର ଝିଅ ଚିକିତ୍ସାଧୀନ, ଡ୍ରାଇଭର ଫେରାର

Jul 1, 2025 - 13:51
 0  0
ସ୍କୁଲ ଛାଡିବାକୁ ନେଉଥିବା ବେଳେ ଟ୍ରକ ଧକ୍କା — ଝିଅ ଆଖି ଆଗରେ ମା'ଙ୍କ ମୃତ୍ୟୁ

ଭୁବନେଶ୍ୱର : ଆଜି ସକାଳେ ଦୁଃଖଦ ଘଟଣା ଘଟିଛି ଯେଉଁଠି ଏକ ମା' ଝିଅକୁ ସ୍କୁଲ ଛାଡିବାକୁ ନେଇଯିବା ବେଳେ ଟ୍ରକ ଧକ୍କାରେ ଜୀବନ ହରାଇଛନ୍ତି। ମୃତକ ହେଲେ ପ୍ରବୀଣା ସାହୁ, ଯିଏ ତାଙ୍କ ୧୦ ବର୍ଷର ଝିଅକୁ ସ୍କୁଟିରେ ବସାଇ ସ୍କୁଲକୁ ନେଉଥିଲେ। ଗ୍ରୀନଗ୍ରାସ୍ ଷ୍ଟାଡିୟମ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଟ୍ରକଟି ସ୍କୁଟିକୁ ପଛଦିଅରୁ ଧକ୍କା ଦେଇଥିବା ସୂଚନା ମିଳିଛି। ଧକ୍କା ଏତେ ଭୟାନକ ଥିଲା ଯେ ପ୍ରବୀଣା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ଝିଅ ଗୁରୁତର ଅବସ୍ଥାରେ ଥିବା ସୂଚନା ମିଳିଛି ଓ ସେକୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏଥିରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନେକ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି।

ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଡ୍ରାଇଭରଙ୍କୁ ଧରିବା ପାଇଁ ତନାଘନା ଚାଲୁଛି।

What's Your Reaction?

like

dislike

love

funny

angry

sad

wow