ରାଜଧାନୀ ରେ ଡାଇରିଆ ରୋଗର ଆତଙ୍କ : ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ
ବାସି ଖାଦ୍ୟ ଓ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିବାର ଆଶଙ୍କା , ହୋଟେଲ ଓ ଢାବାଗୁଡିକୁ ଲକ୍ଷ୍ୟ କରି ଅଭିଯାନ ଜୋରଦାର

ଭୁବନେଶ୍ୱର : ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡାଇରିଆ ଝାଡ଼ାବାନ୍ତି ବ୍ୟାପୁଛି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଏହି ଅବସ୍ଥାର ପଛରେ ଦୂଷିତ ପାଣି ବ୍ୟବହାର ଓ ବାସି ଖାଦ୍ୟ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଟେଲ, ଢାବା ଓ ଫାଷ୍ଟଫୁଡ୍ ଦୋକାନଗୁଡିକୁ ଲକ୍ଷ୍ୟ କରି ଛାପା ମରାଯାଉଛି।
କେନ୍ଦ୍ରାପଡ଼ା, ଯାଜପୁର, ଓ ଭୁବନେଶ୍ୱରରେ ଅଧିକ ଚଢ଼ଉ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଡାଇରିଆ ବ୍ୟାପିବା ପରେ ଆକ୍ସନ୍ ମୋଡ୍ରେ ଥିବା ବେଳେ ଅଧିକାରୀମାନେ ରାଜଧାନୀର ବହୁ ଖାଦ୍ୟ ବିକ୍ରେତା ସ୍ଥାନକୁ ଅଚାନକ ଭାବେ ଚଢ଼ାଉ କରିଛନ୍ତି ।
ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଗୁଣବତ୍ତା ଯାଞ୍ଚ ସହିତ ବିଭିନ୍ନ ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନରେ ଅରୁଚି ଓ ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଜରିମାନା ଲଗାଇଛନ୍ତି। ଏକ ଘରୋଇ ହସ୍ପିଟାଲ ନିକଟରେ ବାସି ଖାଦ୍ୟ ବିକ୍ରି ଓ ଅନୁମତି ବିନା କ୍ଷତିକାରକ ରାସାୟନିକ ବ୍ୟବହାର ହେଉଥିବା ଆହୁରି ମାମଲା ସାମ୍ନାକୁ ଆସିଛି।
କେବଳ ଜୁନ୍ ୧୬ ତାରିଖରେ ଭୁବନେଶ୍ୱରରେ ୧୦,୦୦୦ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି। BMC ସୂଚନା ଅନୁଯାୟୀ, ଆଗାମୀ ଦିନରେ ଏହିପରି ଯାଞ୍ଚ ଅଭିଯାନ ନିୟମିତ ଭାବେ ଚାଲିବ ଓ ନିୟମ ଉଲ୍ଲଂଘନ କରୁଥିବା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
What's Your Reaction?






