ରଥଯାତ୍ରା ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଦଳାଚକଟା ଘଟଣା ପରେ ପ୍ରଥମ ପୁରୀ ଗସ୍ତ, ଆଉ ଉନ୍ନତ ବ୍ୟବସ୍ଥା ନେଇ ଆଲୋଚନା ଜାରି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଡିଜିପି ଯୋଗେଶ ବାହାଦୁର ଖୁରାନିଆ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଓ ପରାମର୍ଶଦାତାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପାଇଁ ବ୍ୟବସ୍ଥା, ଦର୍ଶନ ଓ ଯାତ୍ରା ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି। ଏହି ବୈଠକ ଗତ ଦଳାଚକଟା ଦୁର୍ଘଟଣା ପରେ ବେଶି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଧରାଯାଉଛି।
ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଓ ଶତାଧିକ ଆହତ ହୋଇଥିଲେ, ତାହା ସାରା ରାଜ୍ୟକୁ ଦୁଃଖିତ କରିଥିଲା। ଘଟଣା ପରେ ବିରୋଧୀ ଦଳ ସରକାର ଉପରେ ଅବ୍ୟବସ୍ଥା ଅଭିଯୋଗ ଆଣିଥିଲେ।
ଏହି ପରିପ୍ରେକ୍ଷିତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓ ବୈଠକ ଆସନ୍ତା ଦିନଗୁଡିକରେ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁନିୟୋଜିତ ଭାବେ ଚାଲାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିପାରେ।
What's Your Reaction?






