ଖଣିରେ ଅଘଟଣ: ମାଟି ଧସି ତଳେ ଚାପି ହୋଇ ୩ ଶ୍ରମିକଙ୍କ ମୃତ୍ୟୁ
କେନ୍ଦୁଝର ଯୋଡ଼ାରେ ଚୋରା ଖଣିକାମ ବେଳେ ମାଙ୍ଗାନିଜ ଖଣିରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ଯୋଡ଼ା ବିଛାକୁଣ୍ଡି ଦଲପାହାଡ଼ ନିକଟରେ ମାଙ୍ଗାନିଜ ଚୋରା ଉତ୍ତୋଳନ ସମୟରେ ମାଟି ଧସି ପଡ଼ି ଦୁଃଖଦ ଅଘଟଣ ଘଟିଛି । ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଖସି ତିନି ଶ୍ରମିକ ତଳେ ଚାପି ହୋଇଯାଇଥିଲେ । ୬ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏହି ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ଷା ଓ ଅନ୍ଧାର ଯୋଗୁଁ ରେସ୍କ୍ୟୁ ଅପରେସନ କଷ୍ଟସାଧ୍ୟ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
What's Your Reaction?






